ଗଣତନ୍ତ୍ର ଦିବସ : ଆଜି ସଂଧ୍ୟା ୭ଟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

0 31

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭବନରୁ ଗତକାଲି ସଂଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି । ଏହା ସଂଧ୍ୟା ୭ଟାରେ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟୱାର୍ଡ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀ ଭାଷାରେ ପ୍ରସାରିତ ହେବ । ଏହାପରେ ଏହା ଇଂରାଜୀ ଭାଷାରେ ପ୍ରସାରଣ ହେବ । ବିଜ୍ଞପ୍ତିରେ କୁହାଯାଇଛି ଯେ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଦୂରଦର୍ଶନର କ୍ଷେତ୍ରୀୟ ଚ୍ୟାନାଲ ଦ୍ୱାରା ଏହାର ପ୍ରସାରଣ କ୍ଷେତ୍ରୀୟ ଭାଷାରେ କରାଯିବ । ବିଜ୍ଞପ୍ତିରେ କୁହାଯାଇଛି ଆକାଶବାଣୀର ନିଜର କ୍ଷେତ୍ରୀୟ ନେଟୱାର୍କ ଜରିଆରେ ରାତି ୯.୩୦ରେ କ୍ଷେତ୍ରୀୟ ଭାଷାରେ ଏହାର ପ୍ରସାରମ କରିବ ।

hiranchal ad1
Leave A Reply

Your email address will not be published.

eleven − 9 =