ଶିକାରୀ ହୋଇଗଲେ ଶିକାର

0 203

ଗଂଜାମ : ଗଂଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲି ଗ୍ରାମରେ ଚାଷଜମି ଭିତରେ ବରହା ମାରିବା ପାଇଁ ନିଜେ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଛନ୍ଦି ହୋଇ ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ(୩୫) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପୋଲିସ ଭୟରେ ଶବକୁ ଘଂଚ ଜଙ୍ଗଲ ଭିତରକୁ ଗ୍ରାମବାସୀ ନେଇଯାଇଥିବା ଗ୍ରାମର ପ୍ରତ୍ୟକ୍ଷଦର୍ଶୀ ମାନେ ସୂଚନା ଦେଇଛନ୍ତି ।
ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ ଓ ତିନିଜଣ ସାଥୀ ବରହା ଶିକାର ପାଇଁ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ଏଗାର କେଭି ଲାଇନରୁ ବିଦ୍ୟୁତ ତାର ହୁକ ପକାଇ ତାର ବିଛାଇଥିଲେ । ପରେ ଏକ ଗଛ ବୁଦାମୂଳେ ଜଗିରହିଥିଲେ । ବିଦ୍ୟୁତ ତରରୁ ଏକ ଶବ୍ଦ ଓ ସ୍ପାରକ ହେବାରୁ ବରହା ତାରରେ ଛନ୍ଦି ହେଇଥିବା ଭାବି ବିଦ୍ୟୁତ ତାର ପାଖକୁ ଯାଇ ବିଦ୍ୟୁତ ତାର ହାତରେ ଉଠାଇବାରୁ ସଟସର୍କିଟ ହୋଇ ଘଟଣା ସ୍ଥଳରେ ଗଣେଷର ମୃତ୍ୟୁ ହୋଇଯାଇଥିଲା ।
ଏହା ଦେଖି , ତିନି ଜଣ ସାଥି ସେଠାରୁ ପଳାଇଯାଇ ଅନ୍ୟ ସାଥିମାନଙ୍କୁ ଡାକି ଶବକୁ ସେଠାରୁ ନେଇ ଲୁଚାଇଦେଇଥିଲେ । ପରେ ଏନେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଏସଂପର୍କରେ ଗ୍ରାମବାସୀ ପୋଲିସକୁ ନ ଜଣାଇ ରାତାରାତି ମୃତକ ଗଣେଶ ସହ ସାଥୀରେ ଯାଇଥିବା ଅନ୍ୟ ତିନି ଜଣଙ୍କ ପରିବାର ସଦସ୍ୟଙ୍କୁ ଲକ୍ଷାଧିକ ଟଙ୍କା ଫାଇନ ପକାଇ ଶବକୁ ଘଂଚ ଜଙ୍ଗଲରେ ଲୁଚାଇଦେଇଥିଲେ । ଘଟଣାର ସକାଳୁ ସକାଳୁ ଖବର ପାଇ ରମ୍ଭା ଆଇଆସିସି ଦିପ୍ତୀ ରଂଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ ମଧ୍ୟ ଶବ ମିଳିପାରିନଥିଲା ।
ଏନେଇ ରମ୍ଭା ଆଇଆଇସି ବେହେରା ସହ ଯୋଗଯୋଗ କରିବାରୁ ଶବ ଗାଏବ କରିଛନ୍ତି କି ପୋଡିଦେଇଛନ୍ତି ତାହାର ସ୍ପଷ୍ଟ ଚିତ୍ର ମିଳିପାରୁନି ବୋଲି କହିଛନ୍ତି । ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ରମ୍ଭା ପୋଲିସ ଖବର ପାଇ ପହଞ୍ଚିବା ପାଇଁ ତତ୍ପରତା ହେଉଥିବା ବେଳେ ଉକ୍ତ ସମୟରେ ହୁମ୍ମା ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ସେଠାକୁ ଯାଇ ବିଳମ୍ବରେ ପହଁଚିବାରୁ ଶବ ଗାଏବ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

three + 6 =