ବାଲି ଟ୍ରକ ଧକ୍କାରେ ଡାଲା ଅଟୋ ଚୁରମାର; ମହିଳା ବ୍ୟବାସୀୟ ମୃତ, ୨ ଆହତ

0 131

ଗଞ୍ଜାମ:ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗଳାଶଙ୍ଖ ଭିତରେ ଆଜି ସକାଳେ ପ୍ରାୟ ଆଠଘଣ୍ଟ ସମୟରେ ବାଲିଟ୍ରକ ଧକ୍କାରେ ଏକ ପନିପରିବାନେଇ ଯାଉଥିବା ଡାଲା ଆଟା ଚୁରମାର ହୋଇଯାଇଛି । ଅଟୋରେ ବସିଥିବା ଜଣେ ମହିଳା ବ୍ୟବସାୟୀ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ମହିଳା ବ୍ୟବସାୟୀ ଓ ଡ୍ରାଇଭର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ହୁମ୍ମା ଓ ପୁରୁଷୋତ୍ତମପୁର ରାଜ୍ୟ ରାଜପଥ ଜାମ ହୋଇଯାଇଥିଲା । ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ପହଞ୍ଚି ରାସ୍ତା କ୍ଲିୟର କରିବା ସହ ମୃତକର ଶବ ବ୍ୟବଚ୍ଛେଦ ପାଇ ପଠାଇଥିଲେ । ସେହିପରି ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ ।
ମୃତ ମହିଳା ବ୍ୟବସାୟି ଜଣଙ୍କ ହେଲେ ସାବିତ୍ରୀ ବେହେରା । ତାଙ୍କ ଘର ପୁରୁଷୋତ୍ତମପୁର ବ୍ଲକର କେଏନପୁର ପଞ୍ଚାୟତର ଅଲାଡି ଗ୍ରାମ୍‌ । ଆହତ ଜଣଙ୍କ ହେଲେ ମହିଳା ବ୍ୟବସାୟୀ ଶିଶୁଳା ବେହେରା, ତାଙ୍କ ଘର ଆଛୁଲି । ଆହତ ଡ୍ରାଇଭର ହେଲେ ଗଜପତି ବେହେରା । ସବୁଦିନ ପରି ଆଜି ମଧ୍ୟ ଡାଲା ଅଟୋ(ଓଡି୨୫ ଜି ୧୩୦୭)ରେ ପନିପରିବା ଧରି ଗଂଜାମ ସହରକୁ ପରିବା ବିକ୍ରି ପାଇଁ ଆସୁଥିବା ବେଳେ ହୁମ୍ମା ଗଳା ଶଙ୍ଖ ଭିତରେ ପଛପଟୁ ଏକ ବାଲିଟ୍ରକ (ଙଜଙ ଓଆରଓ ୪ଡି୬୦୨୫) ଧକ୍କାଦେଇଥିଲା ।
ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ମଦ୍ୟପାନ କରି ଗାଡି ଚାଳନ କରୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − eleven =