ଆଶାୟୀଙ୍କୁ ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ନିର୍ବାଚନ କମିଶନ

0 483

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ କୌଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ, ସେହି ସ୍ଥାନଗୁଡିକରେ ପୁଣିଥରେ ଆଶାୟୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ରାଜ୍ୟରେ ପାଖାପାଖି ୪ ହଜାରୁ ଅଧିକ ୱାର୍ଡରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ । ସେହିପରି କେତେକ କାରଣରୁ ପ୍ରାର୍ଥୀପତ୍ର ନାକଚ ମଧ୍ୟ ହୋଇଛି । ଏହି ସବୁ ସ୍ଥାନଗୁଡିକରେ ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀମାନେ । ଆସନ୍ତା ୨୭ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଜାନୁଆରୀ ୨୯ରୁ ୩୧ରେ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ଆଶାୟୀ । ୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚଓ ୨ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଏହି ସୁଯୋଗ କେବଳ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ ଥିବା ଆଶାୟୀମାନେ ପାଇପାରିବେ । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଉ କୌଣସି ସୁଯୋଗ ନାହିଁ ବୋଲି ସେ କହିଛନ୍ତି । ଯଦି ଏହି ସମୟରେ ଖାଲି ଥିବା ଆସନଗୁଡିକରେ କୌଣସି ପ୍ରାର୍ଥୀପତ୍ର ଦାଖଲ ନହୁଏ ତେବେ ସେଠାରେ ଆଉ ପୁନର୍ବାର ସୁଯୋଗ ମିଳିବ ନାହିଁ ବୋଲି ଶ୍ରୀ ପାଢୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 + six =