ସୋନପୁର ପ୍ରିମିୟର ଲିଗ-୨୦୨୨: ବଗଳା ୱାରିୟରସ ବିଜୟୀ

0 81

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ଆଜିର ମ୍ୟାଚ ବଗଳା ୱାରିୟରସ ଓ ମଣ୍ଟୁ ୱାରିୟରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଗଳା ୱାରିୟରସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ ବିନିମୟରେ ବିଶାଳ ୨୦୪ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ସୌରଭ ରାଉତ ସର୍ବାଧିକ ୫୬ ରନ (୩୩ ବଲ,୪ ଟି ଛକା,୪ ଟି ଚଉକା ), ମୁକ୍ତାର ଖାଁ ୩୬ ରନ (୩୦ ବଲ,୪ଟି ଚଉକା ), ବି. ପୁରୁଷୋତ୍ତମ ପାତ୍ର ୨୪ ରନ (୧୨ ବଲ ) ଓ ଜ୍ୟୋତିରଞ୍ଜନ ପାତ୍ର ୨୭ ରନ (୨୩ ବଲ ) ସ୍କୋର କରିଥିଲେ । ମଣ୍ଟୁ ୱାରିୟରସ ପକ୍ଷରୁ ପରଦେଶୀ ନିଶାଦ ସର୍ବାଧିକ ୪ ଟି ଓ ମନୋଜ ବଡ଼ଚାଟ ଏବଂ ସୌରଭ ତରିଆ ପ୍ରତ୍ୟେକ ୨ ଟି କରି ଉଇକେଟ ଅକ୍ତିଆର କରିଥିଲେ । ପ୍ରତ୍ତ୍ୟୁତରରେ ମଣ୍ଟୁ ୱାରିୟରସ ୯ ଉଇକେଟ ବିନିମୟରେ ମାତ୍ର ୧୨୨ ରନ କରିବାକୁ ସମର୍ଥ ହୋଇ ପାରିଥିଲା । ଦଳ ପକ୍ଷରୁ ସୌରଭ ତରିଆ ୨୬ ରନ, ଟିକେଶ୍ୱର ମହାକୁଡ଼ ୧୯ ରନ, ଆଶିଷ ମଲ୍ଲିକ ୧୩ ରନ, ଅଭିଳାଷ ନାୟକ ୧୨ ରନ ସ୍କୋର କରିଥିଲେ । ବଗଳା ୱାରିୟରସ ପକ୍ଷରୁ ଗୌରବ ରାଉତ ମାତ୍ର ୭ ରନ ବିନିମୟରେ ସର୍ବାଧିକ ୩ ଟି ଉଇକେଟ, ରାକେଶ ସାହୁ ୩ ଟି, ମୁକ୍ତାର ଖାଁ ଓ ପ୍ରତାପ ସାହୁ ପ୍ରତ୍ୟେକ ୨ ଟି କରି ଉଇକେଟ ଅକ୍ତିଆର କରିଥିଲେ । ବଗଳା ୱାରିୟରସ ଦଳର ଗୌରବ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ସହ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ବୋଲର ପୁରସ୍କାର ମଣ୍ଟୁ ୱାରିୟରସ ପରଦେଶୀ ନିଶାବଙ୍କୁ ଏବଂ କମାଲ କ୍ୟାଚ ପୁରସ୍କାର ବଗଳା ୱାରିୟରସ ଦଳର ଜ୍ୟୋତିରଞ୍ଜନ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ମ୍ୟାଚ ପରିଚାଳନା କରିଥିଲେ ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀମନ୍ତ ନାୟକା ଅନଲାଇନ ସ୍କୋରିଙ୍ଗ କରିଥିଲେ ଦୀନେଶ ଓ ବିଶ୍ୱନାଥ । ଧାରାବିବରଣୀ ପ୍ରଦାନ କରିଥିଲେ ବିଏସ ରାଓ ଓ ସରୋଜ ନନ୍ଦ ।

hiranchal ad1
Leave A Reply

Your email address will not be published.

4 × 1 =