ଟି-୨୦ ମାନ୍ୟତା : ବିରାଟ ଟପ୍‌-୧୦ରୁ ବିଦା, ଟପ୍‌-୫ରେ ରାହୁଲ

0 68

ନୂଆଦିଲ୍ଲୀ : ଆଇସିସି ଆଜି ଟି-୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଓପନର କେଏଲ୍ ରାହୁଲଙ୍କୁ ଫାଇଦା ମିଳିଛି । ଟି-୨୦ ବିଶ୍ୱକପ ଓ ଘରୋଇ ସିରିଜ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିବା ରାହୁଲ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନତି ହୋଇଥିବା ବେଳେ ହିଟମ୍ୟାନ ରୋହିତ ୧୫ରୁ ୧୩ତମ ସ୍ଥାନକୁ ଉଠିଛନ୍ତି । ତେବେ ଭାରତୀୟ ଟି -୨୦ ର ପୂର୍ବତନ ଅଧିନାୟକ ବିରାଟ କୋହଲି ଟପ୍ -୧୦ ରୁ ବାଦ ପଡିଛନ୍ତି । ସେ ଗୋଟିଏ ସ୍ଥାନ ତଳକୁ ଖସି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ବିଶ୍ରାମ ନେଇଥିଲେ । ସେହିପରି ଟି -୨୦ ବିଶ୍ୱକପରେ କୋହଲି ପାକିସ୍ତାନ ବିପକ୍ଷରେ ଏକ ପଚାଶ ସ୍କୋର କରିଥିବାବେଳେ ବାକି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ ।
ରାହୁଲ ଏବଂ ରୋହିତ ଟି -୨୦ ବିଶ୍ୱକପ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଥିଲେ । ବିଶ୍ୱକପ୍‌ରେ ରାହୁଲ ଆଫଗାନିସ୍ତାନ ବିପକ୍ଷରେ ୬୯ ରନ୍‌, ସ୍କଟଲ୍ୟାଣ୍ଡ ବିପକ୍ଷରେ ୫୦ ଏବଂ ନାମିବିଆ ବିପକ୍ଷରେ ୫୦ ରନ୍ ସଂଗ୍ରହ କରିଥିବାବେଳେ ରାଞ୍ଚିରେ ଘତ ବିପକ୍ଷରେ ତାଙ୍କ ୬୫ ରନ୍ ମଧ୍ୟ ଦେଖିବାକୁ ମିଳିଛି । ହିଟମ୍ୟାନ୍‌ଙ୍କ କିୱି ଦଳ ବିପକ୍ଷରେ ପ୍ଲେୟାର୍ ଅଫ୍ ସିରିଜ୍ ହୋଇଥିଲେ ।
ନ୍ୟୁଜିଲ୍ୟାଣ୍ଡର ଭେଟେରାନ୍ ଓପନର୍ ମାର୍ଟିନ୍ ଗୁପ୍ଟିିଲ ଟପ୍ -୧୦ କୁ ଫେରିଛନ୍ତି । ସେ ଭାରତ ବିପକ୍ଷ ଟି-୨୦ ସିରିଜରେ ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ । ର଼୍ୟାଙ୍କିଙ୍ଗରେ ଗୁପ୍ଟିିଲ ୧୦ ନମ୍ବରରେ ଅଛନ୍ତି । ପାକିସ୍ତାନ ଓପନର୍ ମହମ୍ମଦ ରିଜୱାନ୍ ମଧ୍ୟ ଗୋଟିଏ ସ୍ଥାନକୁ ଉନ୍ନତି ହୋଇ ଚତୁର୍ଥ ସ୍ଥାନରେ ପହଚିଛନ୍ତି । ଏଥି ସହିତ, ପାକ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ, ଇଂଲଣ୍ଡର ଡେଭିଡ ମଲାନ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକାର ମାକ୍ରାମ ତୃତୀୟ ସ୍ଥାନରେ ରହିଛନ୍ତି ।
ବୋଲରଙ୍କ ତାଲିକାରେ ମିଚେଲ ସାଣ୍ଟନର୍ ଲମ୍ବ ଡିଆଁ ଦେଇ ୧୩ତମ ସ୍ଥାନରେ ପହଞ୍ଚିଥିବା ବେଳେ ଭାରତ ପେସର୍ ଭୁବନେଶ୍ୱର କୁମାର ୧୯ ନମ୍ବରରେ ପହଞ୍ଚିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =