ଆଜି ଘୋଷଣା ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ

0 85

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହେବାର ସମ୍ଭାବନା ରହିଛି । ଭାରତୀୟ ଚୟନ କମିଟି ବୈଠକ ଆଜି ଅନୁଷ୍ଠିତ ହେବ, ଏହା ପରେ ଦଳ ଘୋଷଣା ହୋଇପାରେ । ଭାରତକୁ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପଡିବ, ତେଣୁ ଆଜି ସମସ୍ତଙ୍କ ପାଇଁ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମ୍ରା ଫିଟ୍‌ ଥିବା ଖବର ରହିଛି ଏବଂ ଉଭୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି ।
ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମାଲ ଇନସାଇଡ୍‌ ସ୍ପୋର୍ଟସରେ ନିଶ୍ଚିତ କରିଛନ୍ତି ଯେ ଚୟନ କମିଟି ବୈଠକ ଆଜି ଅନୁଷ୍ଠିତ ହେବ । ତେବେ ଭାରତୀୟ ଦଳ ଆଜି ଘୋଷଣା କରାଯିବ କି ନାହିଁ ସେ ସମ୍ପର୍କରେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହାଁନ୍ତି ? ଧୁମଲ ଇନସାଇଡ୍‌ ସ୍ପୋର୍ଟସରେ କହିଛନ୍ତି, ‘ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯିବ ନା ନାହିଁ ମୁଁ ନିଶ୍ଚିତ କରିପାରିବି ନାହିଁ । କିନ୍ତୁ ଆଜି ଅପରାହ୍ନରେ ଚୟନକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହେବ ।
ଧୁମାଲ ଏହା ମଧ୍ୟ କହିଛନ୍ତି ଯେ ଅଷ୍ର୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ ଭାରତୀୟ ଦଳ ମଧ୍ୟ ଏକକାଳୀନ ଘୋଷଣା କରାଯିବ । ସେପ୍ଟେମ୍ବର ୨୦ ରୁ ଭାରତକୁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଏବଂ ତା’ପରେ ସେପ୍ଟେମ୍ବର ୨୮ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

seventeen − 6 =