ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିର ଭାରତ

0 75

ସେଞ୍ଚୁରିୟନ : ସେଞ୍ଚରିୟନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଜବୁତ ସ୍ଥିତିର ଭାରତ । ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିନ ଭାରତ ୨୭୧ରନକରି ୩ ଓ୍ବିକେଟ ହରାଇଥିଲା । ବରେ ତୃତୀୟ ଦିନ ଦଳ ୩୨୭ରନରେ ଅଲଆଉଟ ହୋଇଯାଇଥିଲା । ମାତ୍ର ୫୬ରନରେ ଦଳ ୭ଟି ଓ୍ବିକେଟ ହରାଇଥିଲା ।

hiring

ଅନ୍ୟପଟେ ପ୍ରଥମ ଇନିଂସରେ ବ୍ୟାଟିଂକରିବାକୁ ଆସିଥିବା ସାଉଥ୍‌ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଡିନ୍‌ ଏଲଗାର ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କରମ୍ ୧୩ରନ, ପିଟରସେନ୍‌ ୧୫ରନ, ରାଶେ ଭାନ୍‌ ଡୁସେନ୍‌ ୩ରନ, ଟେମ୍ବା ବାଭୁମା ୫୨ରନ, କ୍ବିଣ୍ଟନ୍‌ ଡି କକ୍‌ ୩୪ରନ, ଓ୍ବିଆନ୍‌ ମଲଡର ୧୨ରନ, ମାର୍କୋ ଜାନ୍‌ସେନ୍‌ ୧୯ରନ, କାଗିସୋ ରାବାଡା ୨୫ରନ, କେଶବ ମହାରାଜ ୧୨ରନ କରି ଆଉଟ ହୋଇଥିଲେ । ଲୁଙ୍ଗି ଏନ୍‌ଗିଡି ୦ରନକରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ସାମୀ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ସାମୀ ବ୍ୟକ୍ତିଗତ ଭାବେ ୧୬ ଓଭରରେ ୪୪ରନ ଦେଇ ୫ଓ୍ବିକେଟ ନେଇଥିବା ବେ​‌ଳେ, ଯଶପ୍ରୀତ ବୁମରାହ ୭.୨ ଓଭରରେ ୧୬ରନ ଦେଇ ୨ ଓ୍ବିକେଟ, ମହମ୍ମଦ ସାମୀ ୧୫.୧ ଓଭରରେ ୪୫ରନ ୧ ଓ୍ବିକେଟ, ଶାର୍ଦ୍ଦୁଳ ଠାକୁର ୧୧ ଓଭରରେ ୫୧ରନ ୨ ଓ୍ବିକେଟ ଏବଂ ଅଶ୍ବିନ ୧୩ ଓଭରରେ ୩୭ରନଦେଇଛନ୍ତି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ବିକେଟ ହରାଇ ୧୬ରନ ସଂଗ୍ରହ କରିଛି । ମୟଙ୍କ ଅଗ୍ରଓ୍ବାଲ ୪ରନ କରି ଆଉଟ ହୋଇଛନ୍ତି । ଲୋକେସ ରାହୁଲ ୫ରନ ଏବଂ ଶାର୍ଦ୍ଦୁଲ ଠାକୁର ୪ ରନକରି ଅପରାଜିତ ଅଛନ୍ତି ।  

hiranchal ad1
Leave A Reply

Your email address will not be published.

three × 2 =