ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ ର ଚତୁର୍ଥ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ ବିଜୟ ସହ କରିଛି । ପ୍ରଥମେ ବ୍ୟାଟିଂ କରି ପୂଜା, ସ୍ନେହା ଏବଂ ମନ୍ଧନାରୁ ଅର୍ଦ୍ଧଶତକୀୟ ସହାୟତାରେ ପାକିସ୍ତାନ ସମ୍ମୁଖରେ ଭାରତ ୨୪୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୪୩ ଓଭରରେ ମାତ୍ର ୧୩୭ ରନ କରି ଅଲଆଉଟ ହୋଇଯାଇଥିଲା । ରାଜେଶ୍ୱରୀ ଗାଇକୱାଡ ଭାରତ ପାଇଁ ୪ ଟି ୱିକେଟ୍ ନେଇଥିବାବେଳେ ଝୁଲନ ଏବଂ ସ୍ନେହ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ବ୍ୟାଟିଂ ପାଇଁ ପୂଜା ଭାଷ୍ଟ୍ରକରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।