ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କ କ୍ଲାସ୍‌ ନେଲେ କୋଚ ରାହୁଲ

0 77

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଦଳ ଗତକାଲିଠାରୁ ନେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଛି । ଆଜି ଦ୍ୱିତୀୟ ଦନରେ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ ବହୁତ ଝାଳ ବୁହାଇଥିବା ଜଣାପଡିଛି । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ ଭିଡିଓ ଗୁଡିକରେ ଏହା ସ୍ପଷ୍ଟ ବାରି ହୋଇପଡୁଛି । କୋଚ ରାହୁଲ ପ୍ରଥମ ଥର ପାଇଁ ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କୁ କ୍ଲାସ୍‌ ନେଇଥିବା ଏହି ଚିତ୍ରଗୁଡିକରୁ ଜଣାପଡିଛି ।
ପ୍ରଶିକ୍ଷଣ ସମୟରେ କୋଚ୍‌ ଦ୍ରାବିଡ ଜଣେ ସ୍କୁଲମାଷ୍ଟରଙ୍କ ପରି ଖେଳାଳିଙ୍କ ପାଇଁ ଏକ ଶ୍ରେଣୀର ଆୟୋଜନ କରିଥିଲେ । ଅଭ୍ୟାସ ଅଧିବେଶନରେ, ଦ୍ରାବିଡ଼ ଚାର୍ଟବୋର୍ଡକୁ ଆଗରେ ରଖି ଦଳର ଯୋଜନା ବିଷୟରେ ଖେଳାଳିମାନଙ୍କୁ କହିଥିଲେ । ଏହି ଅବସରରେ ଖେଳାଳିମାନେ ‘ସାର୍‌’ ଦ୍ରାବିଡଙ୍କ ଟିପ୍ସକୁ ଯତ୍ନର ସହ ଶୁଣୁଥିବାର ଦେଖାଯାଇଥିଲା । ଏହି ସମୟରେ କ୍ୟାପଟେନ ବିରାଟ କୋହଲି, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନଙ୍କ ପରି ବରିଷ୍ଠ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ । ଗ୍ରୁପର ସମସ୍ତ ଖେଳାଳିଙ୍କ ସହ କଥା ହେବା ବ୍ୟତୀତ ଦ୍ରାବିଡ ଅଶ୍ୱିନ ଏବଂ କୋହଲିଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ ।

hiring


ବିସିସିଆଇ ପୂର୍ବରୁ ଅଭ୍ୟାସ ଅଧିବେଶନର ଭିଡିଓ ମଧ୍ୟ ସେୟାର କରିଥିଲା । ଯେଉଁଥିରେ କୋହଲି ଏବଂ ଦ୍ରାବିଡଙ୍କ ମଧ୍ୟରେ କିଛି ଗମ୍ଭୀର ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଦ୍ରାବିଡ ଅଧିନାୟକ କୋହଲିଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବାର ନଜର ଆସିଥିଲେ । ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ୍‌ ଜିତି ନାହିଁ ଏବଂ ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡଙ୍କ ପାଇଁ ଏହି ଯାତ୍ରା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହେବ । ପ୍ରଶିକ୍ଷକ ହେବା ପରଠାରୁ ଏହା ଦ୍ରାବିଡ଼ଙ୍କର ପ୍ରଥମ ବିଦେଶ ଗସ୍ତ । ଏଥିସହ ରୋହିତ ଶର୍ମା ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡିଥିବାବେଳେ କେଏଲ ରାହୁଲଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଟିମ୍‌ ଇଣ୍ଡିଆ ଅଷ୍ଟମ ଥର ପାଇଁ ମିଶନ ଦକ୍ଷିଣ ଆଫ୍ରିକା ଆରମ୍ଭ କରିବାକୁ ଯାଉଛି । କିନ୍ତୁ ଗତ ସାତୋଟି ସିରିଜରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଗୋଟିଏ ହେଲେ ଟେଷ୍ଟ ସିରିଜ ଜିତିପାରିନାହିଁ । ୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତକୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପଡିବ । ପ୍ରଥମ ଟେଷ୍ଟ ସେଞ୍ଚୁରିଅନର ସୁପରସପୋର୍ଟ ପାର୍କରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

four × five =