ଟିମ୍‌ ଇଣ୍ଡିଆ ସେମିଫାଇନାଲରେ କିପରି ପହଞ୍ଚିବ? ଜାଣନ୍ତୁ କ’ଣ ରହିଛି ସମୀକରଣ

0 326

ଦୁବାଇ : ନ୍ୟୁଜିଲ୍ୟାଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହୋଇପଡିଛି । ଭାରତକୁ ବର୍ତ୍ତମାନ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପଡିବ । ଯଦି ଭାରତୀୟ ଦଳ ଏହି ତିନି ଦଳକୁ ହରାଇବାରେ ସଫଳ ହୁଏ, ତେବେ ଭାରତ ୬ପଏଣ୍ଟ ପାଇବ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡରେ ୮ ପଏଣ୍ଟ ପାଇବ ଯଦି ସେମାନେ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ବିପକ୍ଷ ମ୍ୟାଚରେ ଜିତନ୍ତି । ଫଳରେ ଗ୍ରୁପରେ ଦ୍ୱିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସିଧାସଳଖ ସେମିଫାଇନାଲ ଖେଳିବ । ଏମିତି ତେବେ ହେବ ଯଦି ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ତାଙ୍କର ଶେଷ ତିନି ମ୍ୟାଚ ଜିତନ୍ତି ।
ଯଦି ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆର ଦଳ କିଛି ଅଲଟପାଲଟ କରନ୍ତି ତେବେ ନ୍ୟୁଜିଲ୍ୟାଣ୍ଡ ଦଳ ସୁବିଧା ସ୍ଥିତିରେ ରହିବ । କାରଣ ସେମାନେ ଭାରତକୁ ପରାସ୍ତ କରି ୨ ପଏଣ୍ଟ ଅଗ୍ରଣୀ ହାସଲ କରିଛନ୍ତି । ଯଦି ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନଠାରୁ ହାରିଯାଏ ଓ ନାମିବିଆ ଏବଂ ସ୍କଟଲ୍ୟାଣ୍ଡକୁ ହରାଇ ତେବେ ଦଳ ୬ ପଏଣ୍ଟ ଓ ଉନ୍ନତ ରନ୍‌ ହାର ଆଧାରରେ ଭାରତଠାରୁ ଆଗରେ ରହିବ ।
ଭାରତକୁ ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ ଏବଂ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ପରେ ଏବେ ଭାରତ ପାଇଁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହୋଇପଡିଛି । କାରଣ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆଠାରୁ ଭାରତକୁ ଆହ୍ୱାନ ରହିଛି । ଯଦିଓ ଭାରତ ଆଗାମୀ ତିନୋଟି ମ୍ୟାଚ୍‌ରେ ଜିତେ, ତଥାପି ଦଳର ୬ ପଏଣ୍ଟ ରହିବ, କିନ୍ତୁ ୨ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ହେତୁ ରନ ରେଟ ହାର ମଧ୍ୟ ବହୁ ତଳେ ରହିଛି । ଯେଉଁଥିପାଇଁ ଅନ୍ୟ ଦଳକୁ ଫାଇଦା ମିଳିବ । ରନ୍‌ ହାର ଆଧାରରେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନର ଦଳ ଭାରତଠାରୁ ଆଗରେ ରହିପାରିବେ ।
ଭାରତକୁ ସେମିଫାଇଲରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ନ୍ୟୁଜିଲାଣ୍ଡ ଦଳ ତା’ର ଆଗାମୀ ତିନି ମ୍ୟାଚରେ ଗୋଟିଏରେ ପରାଜୟର ଭୋଗିବାକୁ ହେବ । ତା’ପରେ ଭାରତକୁ ତାର ଆଗାମୀ ତିନି ମ୍ୟାଚକୁ ବୃହତ ବ୍ୟବଧାନରେ ଜିତିବାକୁ ପଡିବ । ଯାହା ଅସମ୍ଭବ ଲାଗୁଛି । କ୍ରିକେଟ ଏକ ଅନିଶ୍ଚିତତା ଖେଳ ତେଣୁ ଏହା ସମ୍ଭବ ମଧ୍ୟ ହୋଇପାରେ ।

hiranchal ad1
Leave A Reply

Your email address will not be published.

4 + eighteen =