ବିଶ୍ୱ ରେକର୍ଡ କଲେ ବିରାଟ

0 125

ମୁମ୍ବାଇ : ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ନାମରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ଯୋଡା ଯାଇଛି ।

ବିରାଟ କୋହଲି ଦୁନିଆର ପ୍ରଥମ କ୍ରିକେଟର ହୋଇଛନ୍ତି ଯିଏ କି ତିନୋଟି ଫର୍ମାଟରେ ଦଳ ପାଇଁ ଅତି କମରେ ୫୦ ଟି ବିଜୟରେ ଜଡିତ ଅଛନ୍ତି । ବିରାଟ କୋହଲି ଜଣେ ଖେଳାଳି ଭାବେ ୫୦ଟି ଟେଷ୍ଟ, ୧୫୩ ଟି ଦିନିକିଆ ଏବଂ ୫୯ ଟି -୨୦ ଆନ୍ତର୍ଜାତୀୟ ଜିତିଛନ୍ତି । ବିରାଟଙ୍କ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଖେଳାଳିଙ୍କ ନାମରେ ଏମିତି କରିବାର ରେକର୍ଡ ନାହିଁ ।

hiring


ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଛି । ପ୍ରଥମ ଟେଷ୍ଟ ମ୍ୟାଚ୍‌ କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା ଯାହା ଡ୍ରରେ ଶେଷ ହୋଇଥିଲା । କାନପୁର ଟେଷ୍ଟରେ ବିରାଟଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ । ମୁମ୍ବାଇ ଟେଷ୍ଟ ସହିତ ବିରାଟ ଦଳକୁ ଫେରି ଟିମ୍‌ ଇଣ୍ଡିଆକୁ ଏକ ଚମତ୍କାର ବିଜୟରେ ପହଞ୍ଚାଇଥିଲେ । ତେବେ ବ୍ୟାଟ୍ସମ୍ୟାନ୍‌ ଭାବରେ ବିରାଟଙ୍କ ପାଇଁ ଏହି ମ୍ୟାଚ୍‌ ବିଶେଷ କିଛି ନଥିଲା । ପ୍ରଥମ ଇନିଂସରେ ବିରାଟ ଖାତା ଖୋଲି ନପାରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ୩୬ ରନ ସ୍କୋର କରି ଆଉଟ୍‌ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − seven =