୧୦୦ତମ ଟେଷ୍ଟରେ ୮ହଜାର ରନ ପୂରଣ କଲେ ବିରାଟ କିନ୍ତୁ….

0 94

ଚଣ୍ଡିଗଡ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍‌ ଖେଳୁଥିବା ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ୍‌ ପୂରଣ କରିଛନ୍ତି । ମୋହଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍‌ ପୂରଣ କରିବା ପରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ୮୦୦୦ ରନ୍‌ ମାର୍କ ଛୁଇଁବା ପାଇଁ କୋହଲି ଭାରତର ଷଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ସଚିନ୍‌ ତେନ୍ଦୁଲକର, ଦି ୱାଲ୍‌ ରାହୁଲ ଦ୍ରାବିଡ, ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହୱାଗ ଏବଂ ଭିଭିଏସ୍‌ ଲକ୍ଷ୍ମଣ ଏହି ଉପଲବ୍ଧି ହାସଲ କରିଛନ୍ତି । ବିରାଟ କୋହଲି ଏହି ରେକର୍ଡ ଅର୍ଜନ କରିଥିବା ବେଳେ ପୁଣି ଥରେ ଅଧୁରା ରହିଛି ତାଙ୍କର ୭୧ତମ ଶତକ । ସେ ୪୫ ରନ କରି ଆଉଟ ହୋଇଛନ୍ତି ।
ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ବିରାଟ କୋହଲି ଦ୍ୱିତୀୟ ମନ୍ଥର ଭାରତୀୟ ହୋଇପାରିଛନ୍ତି । କୋହଲି ଟେଷ୍ଟ କ୍ରିକେଟରେ ୮ ହାଜାର ରନ ପୂରଣ କରିବା ପାଇଁ ୧୬୯ ଇନିଂସ ନେଇଥିବାବେଳେ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ଦ୍ରୁତତମ ଭାରତୀୟ ହେଉଛନ୍ତି ସଚିନ ତେନ୍ଦୁଲକର ଯିଏ ୧୫୪ ଇନିଂସରେ ୮୦୦୦ ଟେଷ୍ଟ ରନ୍‌ ସଂଗ୍ରହ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ୍‌ ବିଷୟରେ କହିବାକୁ ଗଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଟେଷ୍ଟ କ୍ରିକେଟ୍‌ ରେ ଦ୍ରୁତତମ ୮୦୦୦ ରନ୍‌ ସଂଗ୍ରହ କରିବାର ରେକର୍ଡ ରଖିଛନ୍ତି । ତେଣୁ ସେ ମାତ୍ର ୧୫୨ ଇନିଂସ ନେଇ ଏତେ ରନ୍‌ ସଂଗ୍ରହ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 1 =