ଆଉଟ୍‌ ନା ନଟଆଉଟ୍‌ ? ବିରାଟଙ୍କ ଆଉଟକୁ ନେଇ ଉପୁଜିଲା ବିବାଦ

0 152

ମୁମ୍ବାଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇ ଟେଷ୍ଟରେ ଖାତା ଖୋଲି ନପାରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପାଭିଲିୟନକୁ ଫେରିଛନ୍ତି । ବିରାଟଙ୍କ ୱିକେଟ୍‌ କୁ ନେଇ ଏବେ ବିବାଦୀୟ ପରିସ୍ଥିତି ଉପୁଜିଛି । ଅନ୍‌-ଫିଲ୍ଡ ଅମ୍ପାୟର ଅନିଲ ଚୌଧୁରୀ ଅଜାଜ ପଟେଲଙ୍କ ଏକ ବଲରେ ବିରାଟଙ୍କୁ ଆଉଟ ଘୋଷିତ କରିଥିଲେ । ବିରାଟ ସଂଗେ ସଂଗେ ଡିଆର୍‌ଏସ ନେଇଥିଲେ । ବିରାଟ ନିଶ୍ଚିତ ଥିଲେ ଯେ ପ୍ୟାଡ୍‌ରେ ସ୍ପର୍ଶ କରିବା ପୂର୍ବରୁ ବଲ୍‌ ତାଙ୍କ ବ୍ୟାଟକୁ ଛୁଇଁଛି ।

hiring

ତୃତୀୟ ଅମ୍ପାୟାର, ଦୀର୍ଘ ସମୟ ଧରି ରିପ୍ଲେ ଦେଖିବା ପରେ ଅନଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ସହିତ ଯିବାକୁ ସ୍ଥିର କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ବିବାଦ ଉପୁଜିଛି ।
ବାସ୍ତବରେ, ରିପ୍ଲେରେ ଦେଖାଗଲା ଯେ ବଲ୍‌ ଏକାସାଙ୍ଗରେ ଉଭୟ ବ୍ୟାଟ୍‌ ଏବଂ ପ୍ୟାଡ୍‌ କୁ ସ୍ପର୍ଶ କରିଥିଲା । ଯଦି ବଲ୍‌ ପ୍ୟାଡକୁ ସ୍ପର୍ଶ କରିଥାନ୍ତା ତେବେ ବିରାଟ ଆଉଟ ହେବା ନିଶ୍ଚିତ କିନ୍ତୁ ଯଦି ବ୍ୟାଟ ସହ ପ୍ୟାଡକୁ ଏକାସାଙ୍ଗରେ ବଲ ସ୍ପର୍ଶ କରିଥାନ୍ତା ତେବେ ବିରାଟ ଆଉଟ ହୋଇନଥାନ୍ତେ । କିନ୍ତୁ ରିପ୍ଲେରୁ ସ୍ପଷ୍ଟ ଭାବେ ଜଣାପଡୁନାହିଁ ଯେ, ବଲ ପ୍ରଥମେ ବ୍ୟାଟ୍‌ ନା ପ୍ୟାଡରେ ସ୍ପର୍ଶ କରିଛି ିଁ । ଅନିଲ ଚୌଧୁରୀଙ୍କ ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଆଦୌ ଖୁସି ନୁହଁନ୍ତି ଏବଂ ଅଧିନାୟକ ବିରାଟ ମଧ୍ୟ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ନିରାଶ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − three =