ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

0 39

ଗଜପତି,୧୫/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ମହିଳା ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରୀମାନଙ୍କ ପାଇଁ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି । ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ଯୋଗଦେଇ ଛାତ୍ରୀମାନଙ୍କୁ ସବୁ ପରିସ୍ଥିତିରେ ନିଜକୁ ସୁଦୃଢ଼ କରିବା ସହିତ ମାନସିକ ଶକ୍ତି , ବୁଦ୍ଧିମତା ଏବଂ ଆବଶ୍ୟକ ସ୍ଥଳେ ଆତ୍ମ ସୁରକ୍ଷା କୌଶଳ ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଥିଲେ । ତତ୍‌ ସହିତ କ୍ରୀଡା, ବ୍ୟାୟାମ ଇତ୍ୟାଦି ନିତିଦିନ କାର୍ଯ୍ୟରେ ସାମିଲ କରିବା ଜରୁରୀ ବୋଲି କହିଥିଲେ । ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଛାତ୍ରୀମାନଙ୍କୁ କିଭଳି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପ୍ରତି ବିପଦକୁ ସହଜରେ ଦୂର କରିପାରିବ ଏବଂ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ବିଷୟରେ ଅବଗତ କରାଇଥିଲେ । ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ନୃସିଂହ ପ୍ରସାଦ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀ ମାନଙ୍କୁ ନାରୀର ମହନତାକୁ ଦର୍ଶାଇ ଆତ୍ମ ସୁରକ୍ଷାର ଆବଶ୍ୟକତା ଏବଂ ପ୍ରୟୋଗ ବିଷୟରେ ବୁଝାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ଥିବା ୧୦ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଆତ୍ମରକ୍ଷା ତାଲିମର ଦାୟିତ୍ୱ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଅନୁବନ୍ଧିତ ସମସ୍ତ ଉଚ୍ଚ ଼ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମର ଶିବିର ସୁଚାରୁ ରୂପେ ସମ୍ପାଦିତ ହୋଇସାରିଛି । ଜିଲ୍ଲା ସଂଯୋଜିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା , ଏ ଏନ୍‌ ଓ ଏନ୍‌ ସି ସି ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଲେଫ୍ଟନାଣ୍ଟ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଷୟରେ ଉଦବୋଧନ ଦେଇଥିଲେ । ପ୍ରଶିକ୍ଷିକା ଇତିରାଣୀ ନାୟକ , ପରିଣୀତା ଶବର , ଲଳିତା ପଢିଆରୀ , ଦୀପ୍ତିମୟୀ ସାହୁ ଉତ୍କଳ କରାଟେ ସ୍କୁଲରୁ ନିଜନିଜର ସ୍ୱତନ୍ତ୍ର ଜ୍ଞାନକୌଶଳ ଶିକ୍ଷା ସମ୍ପର୍କରେ ସୂଚନା ଦେବାସହ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା ଶିକ୍ଷା ଦେଇଥିଲେ ଏବଂ ଛାତ୍ରୀମାନେ ପ୍ରଶିକ୍ଷଣ ପାଇଥିବା କୌଶଳ ଗୁଡିକୁ ସୁନ୍ଦର ଭାବରେ ପ୍ରଦର୍ଶତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଲେଫ୍ଟନାଣ୍ଟ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପିକା ଡ଼ଃ ଶ୍ରୀମତୀ ମନଶ୍ୱିନୀ ଦାସ , ଗୁରୁ ରଘୁନାଥ ପାତ୍ର , ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡି.ପ୍ରିୟଙ୍କା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଉଦଯାପନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

11 + 10 =