ଓଡିଶା ସ୍ପେଶାଲ ଏଜୁକେଟର୍ସ ଫେଡରେସନ୍‌ ଦିବ୍ୟାଙ୍ଗ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

0 130

ଫୁଲବାଣୀ:

hiring

ଓଡିଶା ସ୍ପେଶାଲ ଏଜୁକେଟର୍ସ ଫେଡରେସନ୍‌ ଦିବ୍ୟାଙ୍ଗ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭିନ୍ନକ୍ଷମ ମାନେ କିଭଳି ମୁଖ୍ୟ ସ୍ରୋତରେରେ ସାମିଲ ହେବେ ତାହା ମୂଳ ଲକ୍ଷ୍ୟ । ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖରେ ସରକାରଙ୍କ ତରଫରୁ ଭିନ୍ନକ୍ଷମ ଦିବସ ପାଳନ କରୁଛନ୍ତି । କିନ୍ତୁ ଭିନ୍ନକ୍ଷମ ପାଇଁ କିଛିବି ଯୋଜନା କାର୍ଯ୍ୟକାରୀ ହେଉନାହିଁ ବୋଲି ଦାବି କରିଛି ସଂଘ ।

ଆରପିଡବ୍ଲ୍ୟୁଡି ଆକ୍ଟ ୨୦୧୬ର ନିୟମ ଅନୁସାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସାଧାରଣ ବିଦ୍ୟାଳୟରେ ନାମ ଲେଖିଥାନ୍ତି । କିନ୍ତୁ ଭିନ୍ନକ୍ଷମ ପିଲାଙ୍କୁ ତାଲିମ୍‌ ପାଇବା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । କିନ୍ତୁ କନ୍ଧମାଳରେ କେବଳ ଦୁଇଟି ଭିନ୍ନକ୍ଷମ ପାଇଁ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ତେଣୁ ଭିନ୍ନକ୍ଷମ ପାଇଁ ଆଓ ଶିକ୍ଷକ ନିଯୁକ୍ତି ପାଇଁ ଆଜି ଓଡିଶା ସ୍ପେଶାଲ ଏଜୁକେଟର୍ସ ଫେଡରେସନ୍‌ ସଂଘ ପକ୍ଷରୁ ଆଜି ଜିଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

eighteen − two =