ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ | ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ

0 96

ପାରଳାଖେମୁଣ୍ଡି :

hiring

ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକରେ ଆଦିବାସୀମାନଙ୍କ ଜୀବନ ଶୈଳୀର ବିକାଶ ସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଜପତିର ମିଶନ ଜୀବିକା ପ୍ରକଳ୍ପ ମାଧ୍ୟମରେ ନିଶୁଳ୍କ ମୂଲ୍ୟରେ ଗରିବ ଆଦିବାସୀ ରବର ଚାଷୀଙ୍କୁ ଉନ୍ନତ କିସମର ସାର ବଣ୍ଟନ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଗୁମ୍ମା ବ୍ଳକରେ ପ୍ରଥମ ପର୍ଯ୍ୟାୟରେ ତରଭା ଗ୍ରାମ ପଞ୍ଚାୟତର ତରଭା ଗ୍ରାମରେ ୧୫୪ ଚାଷୀଙ୍କୁ ୩୭୮ ସାର ଓ ମୁନିସିଙ୍ଗ ଗ୍ରାମ ପଞ୍ଚାୟତର ଅବାସିଙ୍ଗ ଗ୍ରାମରେ ୫୮ ଚାଷୀଙ୍କୁ ୧୨୦ ସାର ବସ୍ତା ବଣ୍ଟନ କରାଯାଇଛି ।

ଯାହାକି ବର୍ତ୍ତମାନ ରବର ଚାଷ ଭଲ ଅବସ୍ଥାରେ ରହିବା ସହ ଉନ୍ନତ ମାନର ପଦ୍ଧତିରେ କରିବା ପାଇଁ ଚାଷୀମାନଙ୍କୁ ପ୍ରତ୍ସାହିତ କରାଯାଉ ଥିବା ବେଳେ ଚାଷୀଙ୍କ ବିକାଶ କରିବ ଗଜପତି ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ କରାଯାଉଛି । ଉକ୍ତ ଆୟୋଜିତ ବିହନ ଓ ସାର ବଣ୍ଟନ କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ଗୌତମ ସ୍ୱାଇଁ, କୃଷି ବିଶେଷଜ୍ଞ ସୀମାଦ୍ରୀ ଭଗବାନ ଓ ଜୀବନ ଜୀବିକା ବିଶେଷଜ୍ଞ ପ୍ରବୀର ସାହୁ ଉପସ୍ଥିତ ରହି ଚାଷୀଙ୍କୁ ଏହି ସବୁ ଚାଷ ସମ୍ପର୍କରେ ମାର୍ଗ ଦର୍ଶନ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏପରି କାର୍ଯ୍ୟକ୍ରମକୁ ଚାଷୀକୁଳ ସନ୍ତୋଷଜନକ ପ୍ରତିକ୍ରିୟା ପ୍ରକାଶ କରି ଛନ୍ତି । ନୌହରି ଗମାଙ୍ଗ, ରୁବି ଶବର, ଗାବିରିୟାଲ ଭୂୟାଁ ଓ ଏନିଆଯୋର ଗୋମାଙ୍ଗ ଜିଲ୍ଲା ପାଳ ଓ ଆଇଟିଡିଏକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + ten =