ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ

0 89

ପାରଳାଖେମୁଣ୍ଡି :

ଆଜି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ ଏଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ବାଲ୍ୟ ବିବାହକୁ ରୋକିବା ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।

ଯେଉଁମାନେ ନିଜର ବାଲ୍ୟ ବିବାହକୁ ରୋକି ପାରିଛନ୍ତି, ସେମାନଙ୍କୁ ନେଇ ଏଇ ମଞ୍ଚ ଗଠିତ ହୋଇ ଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ପ୍ରତ୍ୟେକଟି କ୍ଷେତ୍ରରେ ମୁଁ ସମସ୍ତଙ୍କ ସହିତ ଅଛି କହି ଉତ୍ସାହିତ କରିଥିଲେ । ଯେଉଁ ଝିଅମାନେ ନିଜକୁ ବାଲ୍ୟବିବାହରୁ ବଞ୍ଚାଇ ଏହି ମଞ୍ଚରେ ସାମିଲ ହେଉଛନ୍ତି ।

hiring

ସେମାନଙ୍କୁ ସମ୍ମାନୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ କୁ ରୋକିବାଏବଂ ଶିଶୁ ସୁରକ୍ଷାରେ ସଂପୃକ୍ତ ଥିବା ସରକାରୀ ଏବଂ ବେ ସରକାରୀ କର୍ମକର୍ତ୍ତାଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ ଜିଲ୍ଲାପାଳ ବାଲ୍ୟ ବିବାହକୁ ନା କହି ଥିବା ଓ ବାଲ୍ୟ ବିବାହକୁ ରୋକିବା କ୍ଷେତ୍ରରେ ସହଯୋଗ କରୁଥିବା କିଶୋରୀ ବାଳିକାମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନୀତ କରିଥିଲେ ।

ଏଥିସହିତ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ କୁ ନ କହିବା ପ୍ଲାକାର୍ଡ ଜିଲ୍ଲାପାଳ ଏବଂ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ପଦର୍ଶନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ମିନତୀ ଦେଈ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସହିତ କିଶୋରୀ ବାଳିକା ଉପସ୍ଥିତ ରହି ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ମାଧ୍ୟମରେ ଜିଲ୍ଲାକୁ କିପରି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଘୋଷଣା କରାଯିବ ସେଥିପାଇଁ ସମସ୍ତେ ଅଙ୍ଗୀକାର ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଏକ୍ସନ ଏଡ଼ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମେହେର, ୟୁଏନଏଫପିଏର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 7 =