ଟାକରା କଲେଜ୍‌ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ

0 707

ଦଶପଲ୍ଲା:

ଦଶପଲ୍ଲା ବ୍ଲକ୍‌ ମଣୀନାଗ ବହୁମୂଖୀ ଉଚ୍ଚ଼ମାଧ୍ୟମିକ ବିଦ୍ୟାଳୟ ଟାକରା କଲେଜ୍‌ (ବୁଗୁଡା କଲେଜ)ର ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥିଲେ । ବିଧାୟକ ଏହା ସହିତ, ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ ,ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଲଢୁଆ ଯୁବନେତା ଉପେନ୍ଦ୍ର କୁମାର ସାହୁ, ଟାକରା ଗ୍ରାମପଂଚାୟତର ସମିତି ସଭ୍ୟା ପ୍ରତିମା ନାୟକ, ବିଶିଷ୍ଠ ଆଇନଜୀବୀ ଦିଲ୍ଲୀପ୍‌ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ମଣୀନାଗ ବହୁମୂଖୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ଅଧ୍ୟକ୍ଷ ରାଧାମୋହନ କର୍ମୀ ସ୍ୱାଗତ୍‌ ଭାଷଣ ଦେଇଥିବାବେଳେ, ଅଧ୍ୟାପକ ନିଳମଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ , ୧୯୯୪ ମସିହାରେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ଥାପିତ ଏହି କଲେଜ୍‌ର କିପରି ଉନ୍ନତି ହେବ ସେ ଦାଇତ୍ୱ ମୁଁ ନିଜେ ନେଉଛି,ଖୁବ୍‌ ଶିଘ୍ର ମଣୀନାଗ ବହୁମୂଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯିବ ।ଆଦିବାସୀ, ହରିଜନ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ପାଇଁ କଲେଜ୍‌ ରେ ଏକ ଲାଇବ୍ରେରୀ ମଧ୍ୟ ଖୁବ୍‌ ଶିଘ୍ର ପ୍ରତିଷ୍ଠା କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − eleven =