ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ : ଲଗାଇବେ ୫୦ ଗଛ

0 54

କଟକ : ବେପରୁଆଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା ମାମଲାରେ ଜଣେ ତହସିଲଦାରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜ୍ୟ ହାଇକୋର୍ଟ । ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ନିଆରା ଦଣ୍ଡ ପାଇଛନ୍ତି କାକଟପୁର ତହସିଲଦାର । କଟକ ସିଡିଏର ଯେକୌଣସି ସେକ୍ଟରରେ ରାସ୍ତାକଡରେ ସେ ଗଛ ଲଗାଇବେ । ଏଥିପାଇଁ ସେ ସିଡିଏ କର୍ତ୍ତୃପକ୍ଷଙ୍କ ସହଯୋଗ ନେବେ । ଆଜି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ । ଏକ ଜବରଦଖଲ ମାମଲାରେ ଜବରଦଖଲକାରୀ ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍‌ କରାଯାଇଥିଲା । ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରିପାରି ନଥିଲେ । ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା, ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ । ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 + nineteen =