ନେହେରୁ ଯୁବକେନ୍ଦ୍ର ନବରଙ୍ଗପୁର ଦ୍ୱାରା ଏକ ଦିବସୀୟ ଯୁବ ତାଲିମ ଶିବିର

0 99

ନବରଙ୍ଗପୁର,୭/୧୨- ଜିଲ୍ଲାର ପୁର୍ଣ୍ଣିଗୁଡା ଗ୍ରାମ ଠାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ନାମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ କେନ୍ଦ୍ରର ଓଡିଶା ରାଜ୍ୟ ସହ ନିର୍ଦ୍ଦେଶକ ଶ୍ରୀ ବିମଲ ପାଟ୍ରିକ ସାହୁ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବାସହ ସ୍ୱେଚ୍ଛାସେବୀ ମାନଙ୍କୁ ଗ୍ରାମଗୁଡିକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

hiring

ଅନ୍ୟତମ ଅତିଥି ଭାବେ ଜିଲ୍ଳା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜାତୀୟ ସେବା ସଂସ୍ଥାର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଳା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ଏ. ବି. ରାଓ ସୁବୁଦ୍ଧି ଓ ରାଜ୍ୟ ଯୁବ ନେତୃତ୍ୱ ନୀଳମାଧବ ପାତ୍ର । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବକେନ୍ଦ୍ରର ଜିଲ୍ଳା ଯୁବ ଅଧିକାରୀ ଶ୍ରୀ ବି. ରମେଶ । ସଭା ମଞ୍ଚ ସମ୍ମୁଖରେ କ୍ଲିନ ଭିଲେଜ -ଗ୍ରୀନ ଭିଲେଜ ଓ ବର୍ଷା ଜଳ ସଂଗ୍ରହ ଉପରେ ଦୁଇଟି ପ୍ରକଳ୍ପର ଢାଞ୍ଚା ତିଆରି କରିଥିଲେ ।

ଗ୍ରାମର ସମସ୍ତେ ବୟସ ନିର୍ବିଶେଷରେ ଏକତ୍ରିତ ଭାବେ ଫୁଲ ବିଞ୍ଚି ଅତିଥି ମାନଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରିଥିଲେ । ଗ୍ରାମ ତଥା ପରିବେଶର ସୁରକ୍ଷା ଓ ଉନ୍ନତି ପାଇଁ ଅତିଥି ମାନେ ନିଜ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକୁ ଉପସ୍ଥାପନ କରିଥିଲେ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, କର୍ମ ନିୟୋଜନ, ଆତ୍ମନିର୍ଭରଶୀଳତା,ବୃକ୍ଷ ରୋପଣ ଆଦି ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ । ଯୁବକ ମାନଙ୍କୁ ନେଇ ଯେ ଏକ ସୁନ୍ଦର ଓ ସୁଦୃଢ ସମାଜ ଗଠନ ସମ୍ଭବ, ଏହି ମତ ପ୍ରାୟ ସମସ୍ତ ଅତିଥି ପ୍ରଦାନ କରିଥିଲେ । ବିଭିନ୍ନ ଯୁବ ସଂଘଗୁଡିକୁ ଖେଳ ସାମଗ୍ରୀ ସବୁ ବଣ୍ଟା ଯାଇଥିଲା । ଯୁବ ବିକାଶ ପାଇଁ ନେହେରୁ ଯୁବ ସଂଗଠନ ସବୁବେଳେ ତତ୍ପର ରହିଛି ବୋଲି ଜିଲ୍ଲା ଯୁବ ଅଧିକାରୀ ବି. ରମେଶ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =