ପ୍ରଧାନ ଶିକ୍ଷକଙ୍କ ଅଵସର ଗ୍ରହଣ

0 2,683

hiring

ବୌଦ୍ଧ ୩୧/୭;କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାପୀଠ ,ଖଟଖଟିଆ ର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବାନ ବସ୍ତିଆ ଆଜି ଅଵସର ନେଇଛନ୍ତି ।ଶ୍ରୀ ବସ୍ତିଆ ୧୯୮୪ ମସିହାରୁ ପ୍ରତିଷ୍ଠାତା ଶିକ୍ଷକ ଭାବେ ଯୋଗଦେଇ ଅନୁଷ୍ଠାନକୁ ଗଢିତୋଳିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବୋୖଦ୍ଧ ଜିଲ୍ଲା ସାରା ଖୁବ ଜଣାଶୁଣା । ଦୀର୍ଘ ୩୬ ବର୍ଷ ଚାକିରୀ ଜୀବନରେ ବହୁ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ।ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ଅଵସରକାଳୀନ ଏକ ସଭା ସାମାଜିକ ଦୂରତା ରଖି ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନତା ଉଚ୍ଚ ବିଦ୍ୟାଳୟ , ବିଳାସପୁର ର ପ୍ରଧାନ ଶିକ୍ଷକ ସୁକଦେଵ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଦାୟିତ୍ବ ରଖିଥିବା ଶିକ୍ଷକ ଭୁବନେଶ୍ୱର ବସ୍ତିଆ, ଓଷ୍ଟା ବୋୖଦ୍ଧ ଜିଲ୍ଲାର ଯୁଗ୍ମ ସଂପାଦକ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବସ୍ତିଆଙ୍କ ଚାକିରୀ ଜୀବନର କୃତିତ୍ୱ ଉପରେ ଆଲୋକପାତ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ଶିକ୍ଷକ ତ୍ରିଲୋଚନ ସାହୁ, ନରେନ୍ଦ୍ର ପ୍ରଧାନ,ପଞ୍ଚାନନ ପ୍ରଧାନ, ତରଙ୍ଗିଣୀ ବେହେରା, ସୁରେନ୍ଦ୍ର କମ୍ପ, ରଂଜୁ ଅମାତ, ପ୍ରଦୀପ ଖେତି, ପ୍ରବେଶ ସାହୁ, ସରୋଜ ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀ ବସ୍ତିଆ ଙ୍କ ଅଵସର ଜୀବନର ସୁଖ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

20 − 9 =