ସନ୍ଧ୍ୟା ହେଲେ ଏଟିଏମରେ ତାଲା !

0 947


ବୌଦ୍ଧ / ବlଉଁଶୁଣି – ବlଉଁଶୁଣି ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ ସନ୍ଧ୍ୟା ୭ ବାଜିଗଲେ ବନ୍ଦ ରହୁଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି | ଜାତୀୟ ରାଜପଥ ନମ୍ବର୍ ୫୭ ର ବlଉଁଶୁଣି ଛକ ନିକଟରେ ଲଳିତ ଅଗ୍ରୱାଲଙ୍କ ଗୋଟିଏ ଷ୍ଟଲରେ ଭଡାରେ ଖୋଲା ଯାଇଥିବା ଏଟିଏମ ଉପରେ ସ୍ଥାନୀୟ ଲୋକ ମାନଂକ ସହିତ ପାଖ ଆଖ ପ୍ରାୟ ୫ ଗୋଟି ପଞ୍ଚାୟତର ଲୋକ ନିର୍ଭର କରିଥାଆନ୍ତି l ସେହିପରି ରାସ୍ତାରେ ଯାଉଥିବା ବିଭିନ୍ନ ଅଂଚଳର ଅନେକ ଲୋକ ବ୍ୟବହାର କରୁଥିବା ଦେଖିବାକୁ ମିଳେ l ସନ୍ଧ୍ୟା ହୋଇଗଲେ ଏ. ଟି. ଏମ. କାଉଣ୍ଟର ତାଲା ପଡୁଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି | ଜରୁରୀ କାମରେ ଟଂକା ଉଠାଣ କରି ପାରୁନଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ସେଥିପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବlଉଁଶୁଣି ଶାଖାର ପରିଚାଳକ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

two × two =