ଅଭାବନୀୟ ଘଟଣା: ଜ୍ୱାଇଁକୁ ହତ୍ୟା କଲେ ଶାଶୁ ଓ ଶଳା

0 2,675

hiring

ବୌଦ୍ଧ – ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଇନ୍ଦ୍ରପୁର ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ଇନ୍ଦ୍ରପୁର ଗ୍ରାମରେ ନିଜ ପରିବାର ସହ ଶ୍ୱଶୁର ଘରେ ରହୁଥିବା ରାଜିଂ ଗ୍ରାମର ଲବ ବଗର୍ତ୍ତି(୪୪ ବର୍ଷ )ଙ୍କୁ ତାଙ୍କ ଶାଶୁ ଓ ଶଳା ମାନେ ମିଶି ମାରି ଦେଇଥିବା ମୃତକଙ୍କ ପିତା ପଦ୍ମ ଚରଣ ବଗର୍ତ୍ତି ପୁରୁଣାକଟକ ଥାନାରେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକଟକ ଗ୍ରାମ ପଂଚାୟତ ରାଜିଂ ଗ୍ରାମର ଲବ ନିଜ ଶ୍ୱଶୁର ଘର ପୀତାମ୍ବରପୁର ଗ୍ରାମ ପଂଚାୟତର ଇନ୍ଦ୍ରପୁର ଗ୍ରାମରେ ସପରିବାର ରହୁଥିଲେ l ବିଭିନ୍ନ ସମୟରେ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ଓ ପିଲାଛୁଆକୁ ପିଟାମରା କରୁଥିଲେ | ଗତ ଗୁରୁବାର ରାତିରେ ସେଭଳି ଘଟଣାର ପୁନରାବୃତ୍ତି ହୋଇଥିଲା ଓ ତାକୁ ଶାଶୁ ଓ ଶଳା ମିଶି ବାରଣ କରିଥିଲେ | ସେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରି ମାଡ ମାରିବାକୁ ଉଦ୍ୟତ ହେବାରୁ ସେମାନେ ଲବକୁ ଟlଙ୍ଗିଆରେ ଆକ୍ରମଣ କରିଥିଲେ | ଗୁରୁତର ଅବସ୍ଥାରେ ତାକୁ ନେଇ ଗାଆଁ ନିକଟ ରୁଗୁଡି ବନ୍ଧ ନିକଟରେ ପକାଇ ଦେଇଥିଲେ | ଗ୍ରାମର କିଛି ଲୋକ ଦେଖି ଆମ୍ବୁଲାନ୍ସ ଡକାଇ ଲବକୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତକଙ୍କ ପିତା ଥାନାରେ ଅଭିଯୋଗ କଲା ପରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରି ରଖିଛି l ମୃତ ଲବଙ୍କ ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି l

hiranchal ad1
Leave A Reply

Your email address will not be published.

sixteen − 10 =