କୌଣସି ଭାଷାକୁ କାହା ଉପରେ ଲଦି ଦିଅଯିବ ନାହିଁ

0 95

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ପାଇଁ ନୂଆ ଶିକ୍ଷାନୀତି ଘୋଷଣା କରିବା ପରେ ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛନ୍ତି । କୌଣସି ଭାଷାକୁ କାହା ଉପରେ ଲଦି ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ନୂଆ ଶିକ୍ଷାନୀତିକୁ କ୍ୟାବିନେଟର ମଞ୍ଜୁରି ପରେ ଦେଶର ପ୍ରାଥମିକ ଓ ଉଚ୍ଚଶିକ୍ଷା କିପରି ହେବ ସେ ନେଇ ଏବେ ସମସ୍ତଙ୍କର ଚିନ୍ତା । ଏଥିରେ ପୂର୍ବ ଭଳି କେବଳ ଇଂରାଜୀ ଓ ହିନ୍ଦୀକୁ ପ୍ରାଥମିକତା ଦିଆ ନଯାଇ ବିଭିନ୍ନ ପ୍ରାଦେଶିକ ଭାଷାକୁ ମଧ୍ୟରେ ଶିକ୍ଷାରେ ସାମିଲ କରାଯିବାର ପ୍ରାବାଧାନ ରହିଛି । ଏଣୁ ପ୍ରାଥମିକ ଶିକ୍ଷାରେ ଶିକ୍ଷାଦାନର ମାଧ୍ୟମ ଓ ମାତୃଭାଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ । ତେବେ ଏଥିରେ ବ୍ୟସ୍ତ ବିବ୍ରତ ହେବା ଭଳି କିଛି ନାହିଁ ବୋଲି କହିଛନ୍ତି ମାନବ ସମ୍ବଳ ମନ୍ତ୍ରୀ ।
ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କୁ ଖୁବ୍‌ କମ ବୟସରୁ ବିଭିନ୍ନ ଭାଷା ସହ ପରିଚିତ କରାଯିବ । ତେବେ ମାତୃଭାଷାକୁ ମଧ୍ୟ ପ୍ରାଥମିକତା ଦିଆଯିବ । ସେହିପରି ସବୁ ଭାଷାକୁ ବୋଧଗମ୍ୟ ଓ ଭାବର ଆଦାନପ୍ରଦାନ ମାଧ୍ୟମରେ ଶିକ୍ଷାଦାନ କରାଯିବ ବୋଲି ସେ କହିଛନ୍ତି । ମାତୃଭାଷା ସମେତ ଅନ୍ୟଭାଷାର ପଠନ ଓ ଲିଖନ ଶୈଳୀ ଛାତ୍ରଛାତ୍ରୀଙ୍କୁ ତୃତୀୟ ଶ୍ରେଣୀରୁ ଶିକ୍ଷା ଦିଆଯିବ । ଯାହାକି ପରବର୍ତ୍ତି ଶ୍ରେଣୀମାନଙ୍କରେ ଛାତ୍ରଛାତ୍ରୀ ଏଥିରେ ଦକ୍ଷତା ହାସଲ କରିବେ ।
ତେବେ ପରିବର୍ତ୍ତିତ ଶିକ୍ଷାନୀତିରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ । ଯାହା ଦ୍ୱାରା ସାରା ଦେଶର ବିଦ୍ୟାଳୟମାନଙ୍କରେ ଲାଙ୍ଗୁଏଜ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ହେବ । ସେହିପରି ଶିକ୍ଷା ଯେପରି ଉଚ୍ଚମାନର ହେବ ସେଥିଲାଗି ମଧ୍ୟ ନୂତନ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି । ଯେପରି ଛାତ୍ରଛାତ୍ରୀ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ଅହ୍ୱାନର ମୁକାବିଲାରେ ସକ୍ଷମ ହେବେ ।

hiranchal ad1
Leave A Reply

Your email address will not be published.

twenty − 18 =