ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା

0 127

ନୂଆଦିଲ୍ଲୀ : ସମସ୍ତ ପ୍ରକାର ପଦକ୍ଷେପ ସତ୍ତେ୍ୱ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକାଯାଇ ପାରୁନାହିଁ । ପ୍ରତିଦିନ ସଂକ୍ରମଣ ପୂର୍ବ ରେକଡର଼୍ ଭାଙ୍ଗୁଛି । ଗତକାଲି ଦିନକରେ ୫୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଗତ ୨୪ ଘଣ୍ଟାରେ ରେକଡର଼୍ ୫୫ ହଜାର ୭୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୫ ହଜାର ୭୪୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଆଉ ୭୭୯ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ତେବେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୫୭ ହଜାର ୮୦୫ଜଣ କରୋନା ଯୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସଚନା ଦେଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ ବୈଠକରେ କହିଛନ୍ତି ଯେ, ମୃତ୍ୟୁ ହାର କମୁଛି ଏବଂ ଆରୋଗ୍ୟ ହାର ବଢ଼ୁଛି ।
ସେ କହିଛନ୍ତି, ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ଅଦ୍ୟାବଧି ୧୦, ୫୭, ୮୦୫ ଲୋକ କରୋନାରୁ ମୁକ୍ତ ହୋଇ ସାରିଛନ୍ତି । ଦେଶରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୧୬, ୩୮, ୮୦୫ ରହିଛି । ହର୍ଷବର୍ଦ୍ଧନଙ୍କ ଅନୁଯାୟୀ, ଭାରତର ସୁସ୍ଥ ହାର ଉନ୍ନତ ଘଟି ୬୪.୫୪ ପ୍ରତିଶତରେ ପହଞ୍ଚିଛି । ମୃତ୍ୟହାର ମଧ୍ୟ ହ୍ରାସ ଘଟିଛି । କରୋନା ଜନିତ ମୃତ୍ୟୁହାର କମି ୨.୧୮ ପ୍ରତିଶତ ହୋଇଛି ।

hiranchal ad1
Leave A Reply

Your email address will not be published.

twelve − two =