ବୌଦ୍ଧ : ଅଗଷ୍ଟ 9 ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

0 7,893

ବୌଦ୍ଧ – କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ 9 ତାରିଖ ଯାଏଁ ସଟଡାଉନ ଅବଧି କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୃଦ୍ଧି କରିଛନ୍ତି | ସପ୍ତାହର ସୋମବାର ଠାରୁ ଗୁରୁବାର ଯାଏଁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 7 ଘଣ୍ଟା ଠାରୁ ଅପରାନ୍ହ 2 ଘଣ୍ଟା ଯାଏଁ ଖୋଲାଯାଇ ପାରିବ l ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ କିରାନା ଦୋକାନ, ଫଳ, ପରିବା, କ୍ଷୀର, ଅଣ୍ଡା, ମାଛ, ମାଂସ ଦୋକାନ ଏବଂ ସାର, କୀଟନାଶକ ଓ କୃଷି ସାମଗ୍ରୀ ଦୋକାନକୁ ଅନ୍ତର୍ଭୁକ୍ତ କରାଯାଇଛି | ଔଷଧ ଦୋକାନ, ପେଟ୍ରୋଲ୍ ପମ୍ପ, ଗ୍ୟାସ୍ ଏଜେନ୍ସି ଦିନ ସାରା ଖୋଲିବ l ଦିନ 2 ଘଣ୍ଟାରୁ ସକାଳ 7 ଘଣ୍ଟା ଯାଏଁ ବ୍ୟକ୍ତିଗତ ବା ଯାନବାହାନରେ ଜନସାଧାରଣଙ୍କ ଯାତାୟତରେ ପ୍ରତିବନ୍ଧକ ଲଗାଯାଇଛି l ହୋଟେଲ, ରେସ୍ତୁରାଣ୍ଟ ଆଦି ସକାଳ 7 ଘଣ୍ଟା ଠାରୁ ସନ୍ଧ୍ୟା 8 ଘଣ୍ଟା ମଧ୍ୟରେ ପାର୍ଶଲ ବିକ୍ରୀ ଓ ହୋମ ଡେଲିଭରି କରିପାରିବେ | ବ୍ୟାଙ୍କ, କିଓସ୍କ, ସହଜ ଜନ ସେବା କେନ୍ଦ୍ର ଆଦି ଖୋଲା ରହିବ | ସମସ୍ତ ସରକାରୀ କାର୍ଯ୍ୟାଳୟ 50 % କର୍ମଚାରୀଙ୍କୁ ନେଇ ଖୋଲାଯିବ l ସମସ୍ତ କର୍ମଚାରୀ କାର୍ଯାଳୟ ମଧ୍ୟକୁ ପ୍ରବେଶ କଲା ପରେ ଗେଟ୍ ର ତାଲା ପକା ଯିବା କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l
ସେହିପରି ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ଜିଲ୍ଲା ସମ୍ପୂର୍ଣ୍ଣ ସଟ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ l କେବଳ ଥାନା, ଡାକ୍ତରଖାନା, ଏନଏସି, ପାନୀୟ ଜଳ ଯୋଗାଣ ସଂସ୍ଥା, ବିଦ୍ୟୁତ ଯୋଗାଣ ସଂସ୍ଥା କୁ ଛାଡିଦେଲେ ଆଉ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ | କଟକଣା ସମୟରେ ବେଆଇନ୍ ଚଳପ୍ରଚଳ କରୁଥିବା ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କୁ କଠୋର ଜରିମାନା କରାଯିବ ଓ ଦୋକାନ ଓ ଯାନବାହାନ ଆଦି ଜବତ୍ କରାଯିବ ବୋଲି ଜିଲ୍ଲାପାଳ ଆଦେଶରେ ଉଲ୍ଲେଖ କରିଛନ୍ତି |

hiranchal ad1
Leave A Reply

Your email address will not be published.

fourteen − 9 =