କରୋନା ମାଡକୁ ମରୁଡିର ପଦଧ୍ୱନୀ ଜୀବନଜୀବିକା ଦୁର୍ବିସହ

0 142

ଭୁବନେଶ୍ୱର : ରାଜ୍ୟରେ କରୋନା ମାଡ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗତ ୫ ମାସ ଧରି ରାଜ୍ୟର ସାଧାରଣ ଲୋକେ ଜୀବିକା ହରାଇ ଅସ୍ତବ୍ୟସ୍ତ ହେଉଥିବା ବେଳେ ମୌସୁମୀ ଏହା ଉପରେ ଦାଉ ସାଧିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଗଲାଣି । ରାଜ୍ୟବାସୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ମୌସୁମୀ ବର୍ଷା ଓ ଖରିଫ ଫସଲ ଉପରେ ନିର୍ଭର କରି ଚଳୁଥିବା ବେଳେ ଧାନବିଲ ଫାଟି ଆଁ କଲାଣି । କରୋନା ମାଡରେ ଘରେ ଘରେ ଅର୍ଥ ଓ ଖାଦ୍ୟର ଅଭାବ ସାଙ୍ଗକୁ ମୌସୁମୀର ଏହି ଦାରୁଣ ନିଷ୍ପତ୍ତି ଚାଷୀ ମୁଣ୍ଡରେ ଚଡକ ସୃଷ୍ଟି କରିଛି । ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଯଦି ଅତିକମରେ ନିଅଣ୍ଟ ୧୫ ପ୍ରତିଶତ ବର୍ଷା ନ ହୁଏ ତେବେ ଅବସ୍ଥା ଅଣାୟତ ହେବ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁନ୍ ପହିଲାରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୧୪ ପ୍ରତିଶତ ବର୍ଷ କମ୍ ରହିଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ରାଜ୍ୟରେ ୫୫୧.୧ ପ୍ରତିଶତ ବର୍ଷା ହେବା କଥା । ସ୍ଥାନବିଶେଷରେ ୩୭୪.୪ ପ୍ରତିଶତ ବର୍ଷା ହୋଇଛି । କେବଳ ପୁରୀ ଜିଲ୍ଲାରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୩୮, ଭଦ୍ରକ ୨୭, କଟକ ୩୯, ଜଗତସିଂହପୁର ୩୦, ଯାଜପୁର ୪୨, କେନ୍ଦ୍ରାପଡା ୪୩, ଖୋର୍ଦ୍ଧା ୪୬, କେନ୍ଦୁଝର ୨୩, ସୁବର୍ଣ୍ଣପୁର ୩୩, ମୟୁରଭଞ୍ଜ ୨୨, ନୟାଗଡ ୨୧, ବଲାଙ୍ଗୀର, ନୂଆପଡା ଓ ଝାରସୁଗୁଡାରେ ୧୭ ପ୍ରତିଶତ କମ୍ ବୃଷ୍ଟି ହୋଇଛି । ଏହାକୁ ପାଣିପାଗ ବିଭାଗ ଚିନ୍ତିତ ଥିବା ବେଳେ ମୌସୁମୀର ବିଚିତ୍ରତା ନେଇ ସନ୍ଦୀହାନ ହୋଇପଡିଛି । ବର୍ଷା ଯଦି ସପ୍ତାହକ ମଧ୍ୟରେ ନ ହୁଏ ତେବେ ରାଜ୍ୟର ହଜାର ହଜାର ହେକ୍ଟର ଜମିରେ ଗଜା ମରୁଡି ହେବା ସୁନିଶ୍ଚିତ । ଅପରପକ୍ଷରେ ସପ୍ତାହକ ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଥିବାରୁ ଏହାକୁ ମଧ୍ୟ ପାଣିପାଗ ବିଭାଗ ଆକଳନ କରୁଛି ।

hiranchal ad1
Leave A Reply

Your email address will not be published.

nineteen − five =