ଢେଙ୍କାନାଳର ଗୋଟିଏ ଗାଁରୁ ଏକାଥରେ ୭୪ପଜିଟିଭ

0 178

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ଗୋଟିଏ ଗାଁରୁ ଗୋଟିଏ ଦିନରେ ଏକକାଳୀନ ୭୪ ପଜିଟିଭ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚହଳ ପକାଇଛି । ଗୋଟିଏ ଦିନରେ ଜିଲ୍ଲାରୁ ୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଏହି ଜିଲ୍ଲାର ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରୁ ୭୪ଜଣ ଚିହ୍ନଟ ହୋଇଛନ୍ତି । ଗାଁର ଗୋଟିଏ ସାହିରୁ ୭୨ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳରେ ଗ୍ରାମର ୬ଜଣଙ୍କଠାରେ କରୋନା ଜଣାପଡିଥିଲା । ଆଉ ତା ପରେ ଗତ ମଙ୍ଗଳବାର ଦିନ ୧୭୬ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପଡୋଶୀ ଗୋପାଳପୁର ଗ୍ରାମର ୨ଜଣ ମଧ୍ୟ ସେମାନଙ୍କ ପରୀକ୍ଷା କରାଇଥିଲେ । ଗୋଟିଏ ଗାଁରୁ ଏକାଥରକେ ୭୪ ପଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ଚକିତ ହୋଇଛି । ଗତ ରାତିରେ ଜିଲ୍ଲାପାଳ ନିଜେ ଗନ୍ଦିଆ ବ୍ଲକକୁ ପରିଦର୍ଶନ ଆସି ବିଡିଓଙ୍କ ସହିତ ଏ ବାବଦରେ ଆଲୋଚନା କରିବା ପରେ ଗତରାତିରୁ ପିଙ୍ଗୁଆ ଗ୍ରାମକୁ ୭୨ଘଣ୍ଟା ପାଇଁ ପୁଣି ସଟଡାଉନ କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ନିଆଯାଇ ସେଠାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଁର ଅଧିକାଂଶ ଲୋକେ ଭୁବନେଶ୍ୱର ଓ ଭଦ୍ରକରେ ମୁଢି ବ୍ୟବସାୟ କରୁଥିବା ଆଲୋଚନା କରାଯାଉଛି । ସେମାନଙ୍କ ଭିତରୁ ଅଧିକାଂଶ ସହରରୁ ଗାଁକୁ ଫେରିଥିଲେ । ତେଣୁ ଏହା ଗୋଷ୍ଠୀ ସଂକ୍ରମଣର ଭୟକୁ ସାମ୍ନାକୁ ଆଣିଛି ।

hiranchal ad1
Leave A Reply

Your email address will not be published.

2 + thirteen =