ସାଂସଦଙ୍କ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

0 330

ଫୁଲବାଣୀ:କନ୍ଧମାଳ ଜିଲ୍ଳାର ଚକାପାଦ ବ୍ଳକ ଲାଇନପଡ଼ା ଅଂଚଳର ବ୍ରାହ୍ମଣପଦର ଗ୍ରାମର ମୁକେଶ ମୁଖି ଗତ ୨୨ତାରିଖରେ ଫୁଲବାଣୀ ସଦର ମହକୁମା ଅମଲାପଡ଼ା ଠାରେ ଦୁଇମହଲା କୋଠାରେ ରଙ୍ଗ ଦେଉଥିବା ବେଳେ୧୧କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ମୁକେଶ ବାପା ମାଆଙ୍କର ଏକ ମାତ୍ର ରୋଜଗାରିଆ ପୁଅ ଥିଲା ।ଏହି ଦୁଃଖଦ ଖବର ଜାଣିବା ପରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ମୃତକଙ୍କ ପରିବାରକୁ ଆନ୍ତରିକ ସମବେଦନା ଜଣାଇବା ସହ ସାଂସଦ ଚକାପାଦ ପ୍ରତିନିଧି ଉମା ଚରଣ ମଲ୍ଲିକ ଓ ଫୁଲବାଣୀ କିସ ସଂଯୋଜକଙ୍କ ଜରିଆରେ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ସହାୟତା ରାଶି ପାଇବା ପରେ ପରିବାର ବର୍ଗ ଓ ଗ୍ରାମବାସୀ ଏହିପରି ଦୁଃଖଦ ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଥିବାରୁ କନ୍ଧମାଳ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =