ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣା; ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଆରଡିସି

0 53

କେନ୍ଦୁଝର: ମାଟି ଖୋଳି ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଆରଡିସି। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି।

hiring

ଆରଡିସିକର୍ତ୍ତୃପକ୍ଷ ଏନେଇ କହିଛନ୍ତି, ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଏଥିରେ ରହିଛି। ତେବେ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ସକାଳ ୧୧ଟା ୨୬ମିନିଟ୍‌ରେ ବ୍ୟାଙ୍କକୁ ପହଞ୍ଚିଥିଲେ ଏବଂ ୧୧ଟା ୫୮ମିନିଟ୍‌ରେ ବାହାରିଥିଲେ। ଏହି ସମୟ ଭିତରେ ସେ ଚାରିଥର ବ୍ୟାଙ୍କ ଭିତରକୁ ପସି କର୍ମଚାରୀଙ୍କୁ ଭେଟିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। କିନ୍ତୁ ସିସିଟିଭିରେ ଅଡିଓ ନଥିବାରୁ ସେମାନଙ୍କ ମଧ୍ୟରେ କେଉଁ କଥାବାର୍ତ୍ତା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି ଏହାପରେ  ନିରାଶ ଏବଂ କ୍ଷୁବ୍ଧ ହୋଇ ଯାଇ ଶେଷରେ ସେ କଙ୍କାଳ ଧରି ଆସିଛନ୍ତି।

hiranchal ad1
Leave A Reply

Your email address will not be published.

2 × two =