ଭୋଟ୍‌ ବର୍ଜନ ଚେତାବନୀ | ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ

0 142

ବୌଦ୍ଧ,୧୩/୧୨-

hiring

ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଲ୍ଲିକପଡା ପଞ୍ଚାୟତବାସୀ ମୋବାଇଲ ଟାୱାର ନଥିବାରୁ ବିଭିନ୍ନ ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ବାଲିସାହି, ଟିକିରାସାହି, ନନ୍ଦାଗାଡୁ, ଜାବର ଓ କରଡାକୋଠା ଗ୍ରାମର ଗ୍ରାମବାସୀ ବାସକରନ୍ତି । ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପଞ୍ଚାୟତବାସୀ ମୋବାଇଲ ସେବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ଲୋକଙ୍କୁ ପଞ୍ଚାୟତ କାମପାଇଁ ବ୍ଲକ କାର୍ଯ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି । କୌଣସି ପ୍ରକାର ଦୈବି ଦୁର୍ବିପାକ କିମ୍ବା ଦୁର୍ଘଟଣା ଘଟିଲେ ଦମକଳ ସହ ଯୋଗାଯୋଗ ପାଇଁ ୪/୫ କି.ମି ଦୂର ଯିବାକୁ ପଡୁଛି । ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ କ୍ଲାସରୁ ବଞ୍ଚି ହେଉଛନ୍ତି । ଏତଦବ୍ୟତୀତ ସରକାରଙ୍କ ବିଭିନ୍ନ ଜନହିତକର ଲୋକାଭିମୁଖୀ କାର୍ଯ୍ୟ ଅନଲାଇନରେ ହେଉଥିବାରୁ ସେଥିରୁ ମଧ୍ୟ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗତ ନଭେମ୍ବର ୧୫ ତାରିଖରେ ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବାରୁ ଆଜି ପୁନର୍ବାର ମଲ୍ଲିକପଡା ପଞ୍ଚାୟତର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନାରାବାଜି କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହାର ସମାଧାନ ନହେଲେ ଅଞ୍ଚଳବାସୀ ଭୋଟ୍‌ ଦାନରୁ ବିରତ ରହିବେ ବୋଲି ଆଜିର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ମହାଲିକପଡା ପଞ୍ଚାୟତର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନବେଳେ ପ୍ରଦ୍ୟୁମ୍ନ କୁମାର ଦାସ, ପ୍ରସନ୍ନ କୁମାର ଦିପ, ବନବିହାରୀ ଦାସ, ପ୍ରଶାନ୍ତ କୁମାର ବେହେରା, ପବିତ୍ର ବେହେରା, ଶଶାଙ୍କ ଶେଖର ଦାସ, ଅଇଁଠୁ ବେହେରା, ଚକାନୟନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + seventeen =