ମହିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୩ଟି ଉପକେନ୍ଦ୍ର ଓ ୩ଟି ପ୍ରାଥମିକ କେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ

0 36

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ କେନ୍ଦ୍ର, ଉପକେନ୍ଦ୍ରକୁ ମିଳିଲା କାୟାକଳ୍ପ ସମ୍ମାନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କାୟାକଳ୍ପ ଯୋଜନା ଅନୁସାରେ ପର୍ଯ୍ୟବେକ୍ଷଣ ପାଇଁ ରାଜ୍ୟସ୍ତରରୁ ୩ଜଣ ଜିଲ୍ଲାସ୍ତରରୁ ଜଣେ ସରକାରୀ ପର୍ଯ୍ୟବେକ୍ଷକ ଟିମ୍‌ ଜାନୁଆରୀ ୧୨ ତାରିଖରେ ନୂଆଗାଁ ବ୍ଲକ୍‌କୁ ଆସିଥିଲେ । ପର୍ଯ୍ୟବେକ୍ଷକ ଟିମ୍‌ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ କେନ୍ଦ୍ର, ଉପକେନ୍ଦ୍ରକୁ ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ସାମୂହିକ ପରିବେଶ, ସ୍ୱଚ୍ଛତା, ଔଷଧୀୟ ବଗିଚା, ବର୍ଜ୍ୟବସ୍ତୁ ନଷ୍ଟ କରିବା କାୟାକଳ୍ପ ଯୋଜନା ସ୍ୱଚ୍ଛ ଭାରତ ଯୋଜନାର ଅନ୍ତର୍ଭୁକ୍ତ ଏକ ଯୋଜନା । ଏହି ଯୋଜନା ଭାରତ ବର୍ଷରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ବାହ୍ୟାପରିବେଶ ସହିତ ଭିତର ପରିବେଶକୁ ସ୍ୱଚ୍ଛତା ରଖିବା, ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଷ୍କାସିତ ହେଉଥିବା ଅପରିଷ୍କାର ବସ୍ତୁକୁ ନଷ୍ଟ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିଷ୍କାର ପରିଚ୍ଛନ୍ନ କରିବା କାୟାକଳ୍ପ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨୦୨୦-୨୧/୨୨/୨୩ରେ ସମ୍ମାନୀତ ହେବା ସହ ନୂଆଗାଁ, ଜଗନ୍ନାଥପ୍ରସାଦ, ମହିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଲୁଣିସରା, ବେରୁଆଁବାରି, ସଂପଡ଼ା ଉପକେନ୍ଦ୍ରକୁ କାୟାକଳ୍ପ ଯୋଜନା ମାଧ୍ୟମରେ ଚଳିତ ବିଆର୍‌ଏସ୍‌ ସମ୍ମାନୀତ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ, ବିଏଏମ ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ାକ୍ତର ସତୀଶ ନିବେଦନ କାୟାକଳ୍ପରେ ସମ୍ମାନ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + fifteen =