ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ
ପୁରୀ :
ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା ରାଜଭବନରେ ଭେଟି ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ଅନୁଧ୍ୟାନ କରିବା, ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଦଶଅବତାର ମୂର୍ତ୍ତ ପୁନଃ ସଂସ୍ଥାପନ, ଏମାର ମଠରୁ ଜବତ ହୋଇ ଜିଲ୍ଲା ଅସ୍ତ୍ରାଗାରରେ ଥିବା ୫୨୨ଖଣ୍ଡ ରୂପା ଇଟାକୁ ଶ୍ରୀଜଗନ୍ନାଥଙ୍କ ଟ୍ରେଜେରୀକୁ ଆଣିବା, ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ବାତିଲ କରିବା, ବହୁ ପ୍ରତୀକ୍ଷିତ ସିଦ୍ଧ ମହାବୀର ରେଳ ଓଭରବ୍ରିଜ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଶୀଘ୍ର ଖୋଲିବା, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରମୁଖ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟପାଳ ଏହାକୁ ଗୁରୁତର ସହ ନେଇ ଏହା ଉପରେ ବିଚାର କରି ଏ ନେଇ ସଠିକ ପଦକ୍ଷେପ ନେବାକୁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଜଗନ୍ନାଥ ସେନା ପ୍ରକାଶ କରିଛି ।