ଶିଶିର ବିନ୍ଦୁ ସମ୍ମାନ | କବି ନୃସିଂହାନନ୍ଦ ମହାପାତ୍ର ଙ୍କୁ ଝାଡ଼ଖଣ୍ଡର ଶିଶିର ବିନ୍ଦୁ ସମ୍ମାନ

0 423

ଫୁଲବାଣୀ:

ନିଷ୍ଠା ଓ ଚେଷ୍ଟା ଥିଲେ ସବୁ କାର୍ଯ୍ୟ ସମ୍ଭବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ ସଂଗଠକ, ସମାଜସେବୀ, ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ର । ନିଜର ପ୍ରଗାଢ଼ ଅଧ୍ୟବସାୟ ଯୋଗୁଁ ସେ ଗୋଟେ ପରେ ଗୋଟେ ପୁସ୍ତକ ଲେଖିବା ସହ ସମ୍ମାନ ଓ ସମ୍ୱର୍ଦ୍ଧନା ସାଉଣ୍ଟିଛନ୍ତି । ଏହି ନିକଟରେ ଝାଡ଼ଖଣ୍ଡର ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ ଦ୍ୱାରା ୨୦୨୧ ମସିହାର ” ଶିଶିର ବିନ୍ଦୁ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକ ବର୍ଣ୍ଣାଢ୍ୟ ସମାରୋହରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେବା ଅବସରରେ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ସେହିଦିନ ଗଞ୍ଜାମର ପିତଳ ଠାରେ ଉଡ୍ରା ତରଫରରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

hiring

ତାଙ୍କ ଅନୁପସ୍ଥିତରେ ତାଙ୍କ ସହଧର୍ମିଣୀ ଜୟଲକ୍ଷ୍ମୀ ମହାପାତ୍ର ସମ୍ୱର୍ଦ୍ଧନା ଗ୍ରହଣ କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ରତ୍ନ ଭଳି ଜାତୀୟ ପୁରସ୍କାର ପାଇଥିଲା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଲାଜେଇ ଝିଅ, ପ୍ରିୟା ବାସନ୍ତୀ, ଜଗତର ନାଥ ଆମ ଜଗନ୍ନାଥ, ଆତ୍ମ ଚିନ୍ତନ, ନୀତିଶିକ୍ଷା, ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି, ଗୁରୁ ଅମୃତର ଖଣି, ଶଙ୍କର ଦିଗବିଜୟୀ, ଆର୍ଯ୍ୟାବର୍ତ୍ତର ମହା ମନୀଷୀ,ଗଣବୈଦିକ ଆଚାର୍ଯ୍ୟଗଣ ଆଦି ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିଛି ।

ବୃତ୍ତିରେ ସେ ଫୁଲାବାଣୀ ଆଇ. ଟି. ଆଇ.ର ତାଲିମ ଅଧିକାରୀ ଥିଲା ବେଳେ ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟର କୋଷାଧ୍ୟକ୍ଷ, ନିରଞ୍ଜନ ବେଦାନ୍ତ ସେବା ସମିତିର କୋଷାଧ୍ୟକ୍ଷ, ରୋଟାରି କ୍ଲବର ଆଜୀବନ ସଦସ୍ୟ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ପ୍ରଭୃତି ଅଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସାହିତ୍ୟିକ ମାନଙ୍କ ତରଫରୁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

4 × 4 =