ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ

0 60

ପାରଳାଖେମୁଣ୍ଡି :

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଦାଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଶାନ୍ତୁନୁ କୁମାର ରଥ ସେବା ନିବୃତ୍ତ ଭାରତୀୟ ପ୍ରସାରଣ ସେବା ପୂର୍ବତନ ନିର୍ଦ୍ଦେଶକ ଦୂରଦର୍ଶନ ଭୁବନେଶ୍ୱର, ମୁଖ୍ୟ ଆଲୋଚକ ଭାବେ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଡକ୍ଟର ଗୋପବନ୍ଧୁ ଦାଶ ଓ.ପ୍ରା.ସେ ସେବା ନିବୃତ୍ତ ଉଚ୍ଚତ୍ତର ପ୍ରଶାସନିକ ଶ୍ରେଣୀ ଭୁବନେଶ୍ୱର, ଜଗନ୍ନାଥ ବେହେରା ଓ. ପ୍ରା.ସେ ସେବା ନିବୃତ୍ତି ଉଚ୍ଚତ୍ତର ପ୍ରଶାସନିକ ଶ୍ରେଣୀ ବ୍ରହ୍ମପୁର, ଡକ୍ଟର ବୃଷକେତୁ ଦାସ ଓ.ଶି.ସେ ପ୍ରଧାନ ଶିକ୍ଷକ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଡକ୍ଟର ଅନ୍ନପୂର୍ଣ୍ଣା ଦେବୀ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସାହିତ୍ୟକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିବା ବେଳେ ଡକ୍ଟର କଲ୍ୟାଣି ମିଶ୍ର ଅତିଥି ଆବାହନ ଓ ଅତିଥି ପରିଚୟ ଦେ ଥିଲେ ।

hiring

ବିନୋଦ ଚନ୍ଦ୍ର ଜେନା ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ଡକ୍ଟର ଶାନ୍ତୁନୁ କୁମାର ରଥ ଓ ପଣ୍ଡିତ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଭକ୍ତି ସଂସଦର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସ୍ୱାଗତ ସମ୍ଭାଷଣ ଦେଇଥିଲେ ବିଚିତ୍ରା ନନ୍ଦ ବେବର୍ତ୍ତା, ହୀରାଚାନ୍ଦ ପଟ୍ଟନାୟକ ସିଦ୍ଧାନ୍ତର ବାର୍ଷିକ ବିବରଣୀ ପାଠ କରି ଥିଲେ । ପରେ ପୁସ୍ତକ ଉନ୍ମୋଚନ ପର୍ବ ହୋଇଥିଲା ।

ଡକ୍ଟର ବୃଷକେତୁ ଦାଶଙ୍କ ପ୍ରବନ୍ଧ କଥା, କାହାଣୀ, କିମ୍ବଦନ୍ତୀ ଗଳ୍ପ ନଦୀ ନାରୀ ନମସ୍କାର, ଇଂ.ଅରକ୍ଷିତ ପାତ୍ରଙ୍କ କବିତା ସଂକଳନ ସ୍ୱର ଏକ ସୈନିକର, ପଦ୍ମଶ୍ରୀ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁଙ୍କ ନିର୍ବାଚିତ ପ୍ରବନ୍ଧ ସଂକଳନ ରାଜଗୁରୁ ରଚନାଳୀ ଓ ଭୂତକେଳୀ ଲୀଳା ନାଟକ ସଂଗ୍ରହ, ସମ୍ପାଦନା ଓ ପ୍ରକାଶନ କବି ଘନଶ୍ୟାମ ଜେନା ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ପରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ।

ଏହି ସମ୍ବର୍ଦ୍ଧନା ପର୍ବରେ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ, ଡକ୍ଟର ଗୋପବନ୍ଧୁ ଦାଶ କବି ଜଗନ୍ନାଥ ବେହେରା, ଡକ୍ଟର ଚନ୍ଦ୍ର ଶେଖର ଦାଶ, ଡକ୍ଟର ବୃଷକେତୁ ଦାଶ, କବିୟତ୍ରୀ ପଦ୍ମିନୀ ମିଶ୍ର, ଡମ୍ବରୁଧର ବେହେରା ଅଧ୍ୟାପିକା ଡି. ପ୍ରିୟଙ୍କା, କବି ଘନଶ୍ୟାମ ଜେନା ଓ ଇଂ.ଅରକ୍ଷିତ ପାତ୍ରଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା । ସାରସ୍ୱତ ସଭାରେ ଆଲୋଚ୍ୟ ପ୍ରସଙ୍ଗ ଥିଲା ସାହିତ୍ୟ କଣ ଓ କାହିଁକି ? ବିଷୟରେ ମଞ୍ଚସିନ ଅତିଥିମାନେ ଆଲୋଚନା କରିଥିଲେ । ଡି. ପ୍ରିୟଙ୍କାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା । ପରିଶେଷରେ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା, ମୁରଲୀଧର ପରିଚ୍ଛା, ନିତ୍ୟାନନ୍ଦ ଚୌଧୁରୀ ପରିଚାଳନାରେ ସହଯୋଗ କରି ଥିଲେ ।

hiranchal ad1
Leave A Reply

Your email address will not be published.

5 × four =