ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ସଂଘର ପତାକା ଦିବସ ପାଳିତ

0 267

ବୌଦ୍ଧ, ୦୭/୧୨: ବୌଦ୍ଧ ଜିଲ୍ଲା ପୂର୍ବ ସୈନିକ ସଂଘର ସରସରା ଠାରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ସମସ୍ତ ପରିବାର ସହିତ”ଜାତୀୟ ପତାକା ଦିବସ’ ଅବସରରେ ସଂଘର ପତାକା ଉତ୍ତୋଳନ କରାଯାଇଥିଲା । ସଂଘର ସଭାପତି ସୁବେଦାର ଶରତ କୁମାରଭଞ୍ଜ ପତାକା ଉତ୍ତୋଳନ କରିଥିଲେ । ଗତକାଲି ପୂର୍ବ ସୈନିକ ଜଳନ୍ଧର ପ୍ରଧାନ ସ୍ୱର୍ଗାରୋହଣ କରିଥିବାରୁ ତାଙ୍କୁ ସଂଘ ତରଫରୁ ଜାତୀୟ ପତାକା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।

ସଭା ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇ ସଭା ଆରମ୍ଭ କରାଯାଇଥିଲା । ସହ ସମ୍ପାଦକ ରଞ୍ଜିତ ଆମାତ ସଙ୍ଘର ବାର୍ଷିକ ବିବରଣୀ ତଥା ରାଷ୍ଟ୍ରୀୟ ସୈନିକ ସଙ୍ଘ ଓ ଜିଲ୍ଲା/ରାଜ୍ୟ ସୈନିକ ବୋର୍ଡରୁ ଆସିଥିବା କଲ୍ୟାଣକାରୀ ଚିଠି ସବୁ ମଧ୍ୟ ପାଠ କରି ସଭିଙ୍କୁ ଅବଗତ କରାଇଥିଲେ । ବୌଦ୍ଧ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

hiring

ଏହି ସଭାରେ ଉପଦେଷ୍ଟା ବିଷ୍ଣୁ ନିଜ ବକ୍ତବ୍ୟରେ ସଙ୍ଘର ଉତ୍ତରୋତ୍ତର ଉନ୍ନତି ପାଇଁ ମିଳିମିଶି ସହଯୋଗ କରିବାକୁ କହିଥିଲେ । ସୁବେଦାର ଲଳିତ କୁମାର ସାହୁ ଉପଦେଷ୍ଟା ଭାବେ ନିଜ ବକ୍ତବ୍ୟରେ ଜିଲ୍ଲା ପୂର୍ବ ସୈନିକ ସଙ୍ଘକୁ ଆଗାମୀ ପୀଢିର ପୂର୍ବ ସୈନିକମାନେ ଏହି ଅନୁଷ୍ଠାନରେ ଯୋଗଦାନ କରି ସଙ୍ଘର ଉନ୍ନତିରେ ସହାୟକ ହେବେ ବୋଲି ଆଶା ପ୍ରକଟ କରି ସଙ୍ଘକୁ ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

ଏହି ଦିବସ ପାଳନ ଅବସରରେ ସମସ୍ତ ପରିବାର ସହ ବିରାଙ୍ଗନା ବିଶ୍ୱସ୍ୱରୂପା ପଟ୍ଟନାୟକ, ବୀରନାରୀ, କମଳା ପ୍ରଧାନ, ପ୍ରେମଶୀଳା ସେଠୀ, ସମ୍ପାଦକ ଗିରିଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାକୁଡ, ବୁଲାଲୁ ସାହୁ, ଅବଧୂତ ସାହୁ, କେଦାରନାଥ ପ୍ରଧାନ, ରମାକାନ୍ତ ଚାନ୍ଦ, ପ୍ରବୀଣ କୁମାର ମଲ୍ଲିକ୍‌, ରାଜୀବ କୁମାର ପଣ୍ଡା, ନାରାୟଣ ବାରିକ, ମୋହନ ପ୍ରଧାନ, ବିରବର ସାହୁ, କିଶୋରଚନ୍ଦ୍ର ବିଶ୍ୱାଳ, ପ୍ରସନ୍ନ ପ୍ରଧାନ, ପଞ୍ଚାନନ ଆପଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରବୀଣ ମଲ୍ଲିକ୍‌ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =