ଗୋଚ୍ଛାପଡା ପୋଲିସ ଅବକାରୀ ବିଭାଗର ଚଢ଼ାଉ, ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ

0 115

ଫୁଲବାଣୀ:

hiring

କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମିଲିତରେ ପଲ୍ଲାବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଭାବେ ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟକରାଯାଇଥିବା ସୂଚନା ଗୋଛପଡା ଥାନା ଅଧିକାରୀ ରଞ୍ଜିତ ମୁନି ଦେଇଛନ୍ତି । ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ବଜ଼ାର ମୂଲ୍ୟ ପଚାଶ ଲକ୍ଷ ଟଙ୍କା ହେବ ବୋଲି ମୁନି କହିଛନ୍ତି ।

ଏନେଇ ଗୋଚ୍ଛାପଡା ପୋଲିସ ୧୨୨/୨୧ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ଥାନା ଅଧିକରୀ ରଞ୍ଜିତ ମୁନି । ତେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ସତ୍ତେ୍ୱ୍ୱ ନିୟମିତ ଭାବେ ବେଆଇନ ଗଂଜେଇ ଚାଲାଣ ହେଉଛି କେମିତି ବୋଲି ପ୍ରଶ୍ନ ଉଠୁଛି । ଏଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସର୍ବ ସାଧାରଣରେ ଦାବିହେଉଛି ।

hiranchal ad1
Leave A Reply

Your email address will not be published.

nine + 8 =