୬୩୮ ନୂତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଗଲା ନିଯୁକ୍ତି ପତ୍ର

0 465

ଭୁବନେଶ୍ୱର: ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ବଛାଯାଇଥିବା ୯୭୩ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୬୩୮ ଜଣଙ୍କୁ ନିଯୁକ୍ତପତ୍ର ଦିଆଯାଇଛି । ଅବଶିଷ୍ଟ ୨୯୨ଜଣଙ୍କ ତୃତୀୟ ପର୍ଯ୍ୟାୟରେ ନିଯୁକ୍ତପତ୍ର ଦିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।ଆଜି ପୂର୍ବାହ୍ନରେ ଲୋକସଭା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଯୋଗ ଦେଇଥିବା ବେଳେ ସୁରେଶ ଚନ୍ଦ୍ର ମହାପାତ୍ର, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ୨୦୧୫-୧୬,୨୦୧୬-୧୭ ଶିକ୍ଷାବର୍ଷରେ ୧୫୧୦ଜଣଙ୍କୁ ଏସ୍‌ଏସ୍‌ଜି ଦ୍ୱାରା ନିଯୁକ୍ତି ଦିଆଯାଇଥିଲା । ୨୦୨୦ରେ ୮୦୯ଜଣ ନିଯୁକ୍ତି ପାଇଥିଲେ । ସରକାରୀ କଲେଜରେ ୬୦୬ଜଣଙ୍କୁ ନିଯୁକ୍ତି ପାଇଁ ଓପିଏସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ମୋଟ ୩୨୯୧ଜଣଙ୍କୁ ନିଯୁକ୍ତି ଦିଆସରିଲାଣି । ସେହିଭଳି ବିଏଡ୍‌ରେ ୩୮୫ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ଲାଗି ପ୍ରକ୍ରିୟା ଜାରି ରହିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଛନ୍ତି ପର୍ଯ୍ୟାୟ କ୍ରମେ ବିଭାଗରେ ଥିବା ସବୁ ଖାଲି ପଦବୀ ପୂରଣ କରାଯିବ ।

hiranchal ad1
Leave A Reply

Your email address will not be published.

5 × 2 =