ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି-ଦୀପପାଲୀ ମଧ୍ୟଭାଗରେ ଥିବା ଜଙ୍ଗଳରୁ ଦୁଇଟି ଗଳିତ ଶବ ପୁଲିସ ଉଦ୍ଧାର କରିଛି । ଶବ ଦୁଇଟି ଜଣେ ପୁରୁଷ ଓ ମହିଳା ହୋଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଉକ୍ତ ଜଙ୍ଗଲରେ ଦୁଇଟି ଶବ ପଡ଼ିଥିବା ପୁଲିସ ଖବର ପାଇଥିଲା । ଖବର ପାଇ ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ଏସଡ଼ିପିଓ ଡୋଲାମଣୀ ଭୋଇ, ଆଇଆଇସି ଅନିତା କିଡୋ, ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚିଥିଲେ । ସେଠାରେ ଦେଖିଲା ପରେ ଜଣେ ପୁରୁଷ ଓ ମହିଳା ବୋଲି ଜଣାପଡିଥିଲା । ତେବେ ଶବ ପଚି ଯାଇଥିବାରୁ ଚିହ୍ନଟ ହୋଇ ପାରିନଥିବା ବେଳେ ଉଭୟେ ସ୍ୱାମୀ ସ୍ତ୍ରୀ ନା ପ୍ରେମିଯୁଗଳ ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ସାଇଣ୍ଟିଫିକ ଟିମ ଏବଂ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣା ସ୍ଥଳରୁ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋନପୁର ପଠାଇ ଦେଇଥିବା ଜଣାପଡିଛି । ଏପରିକି ଘଟଣା ସ୍ଥଳରେ ତିନୋଟି ବ୍ୟାଗ, କିଛି ଟଙ୍କା ଏବଂ ପାଞ୍ଚଟି ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି ।