ଐତିହାସିକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା

0 132

ଗଞ୍ଜାମ : କୃଷ୍ଣପ୍ରସାଦ ବ୍ଲକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଯାଉଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା-୨୦୨୨ । ଏହାକୁ ୨୪ମୌଜା ମାର୍ଫଦଦାରର ସଂଗ୍ରାମ କେଶରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହା ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ପ୍ରାୟ ୩୦ଟି ପୁସ୍ତକାଳୟ ଯୋଗଦେଇଥିଲେ । ମୁଖ୍ୟ ଅତିଥି ରୂପେ କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଅଧିକାରୀ ଆର୍ତତ୍ରାଣ ମିଶ୍ର, ଅର୍ଥ କମିଟି ସଦସ୍ୟ ଓଡ଼ିଶା ସାହିତ୍ୟ ସଂସଦ ଡ଼ଃ ସଞ୍ଜୟ କୁମାର ପଣ୍ଡା, ଡ଼ଃ ଅଭିମନ୍ୟୁ ଜେନା, ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଡ଼ଃ ଲଷ୍ମୀନାରାୟଣ ଦାଶ, ଅଜୟ ମହାପାତ୍ର, ଅନ୍ତର୍ଯ୍ୟାମୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉପଦେଷ୍ଟା ବନାମ୍ବର ବାରିକ ପୁସ୍ତକ ମେଳାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଦିନିଦିନ ବ୍ୟାପି ରାଜ୍ୟସ୍ତରୀୟ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା ଛଡା ବାର୍ଷିକ ମୁଖପତ୍ର “ଜ୍ଞାନପ୍ରଭା” ଉନ୍ମୋଚନ ହୋଇଥିଲା । ଅନୁଷ୍ଠନର ସଭାପତି ଉଲ୍ଲାସ ଜେନା ସମ୍ପାଦକ ବିଷ୍ଣୁ ପ୍ରସାଦ ଦଳାଇ ଅନ୍ୟାନ୍ୟ ସଦସ୍ୟା ମଧ୍ୟରେ ଲଳିତ କୁମାର ସ୍ୱାଇଁ, ବିଦ୍ୟାଧର ପ୍ରଧାନ, କାଶୀନାଥ ଜେନା, ସନାତନ ତରେଇ, ବିଭୁତି ହରିଚନ୍ଦନ, ରାଜକିଶୋର ନାୟକ(ରାଜୁ),ସଦାନନ୍ଦ ଗୌଡ଼ ବନବିହାରି ପଟ୍ଟନାୟକ, ପ୍ରଦୀପ କୁମାର ଦାସ, ମଳୟ କୁମାର ବେହେରା, ଦୈତାରୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × one =