ୟୁକ୍ରେନର ଇଚ୍ଛା, ଭାରତ ସମାଧାନ ପାଇଁ ମଧ୍ୟସ୍ଥତା କରୁ

0 46

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଦିନ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍‌ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛି । ରୁଷର ଘନ ଘନ ଆକ୍ରମଣରେ ୟୁକ୍ରେନ ମଧ୍ୟ ଛାରଖାର ହୋଇଗଲାଣି । ତେଣୁ ଯୁଦ୍ଧର ଅବସାନ ନେଇ ଭାରତ ମଧ୍ୟସ୍ତି ହେଉ ବୋଲି ୟୁକ୍ରେନ ଚାହିଁଛି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ମଧ୍ୟରେ ମଧ୍ୟସ୍ତି ସାଜନ୍ତି ତେବେ ସମାଧାନର ରାସ୍ତା ବାହାରି ପାରନ୍ତା । ଗତକାଲି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମୟତ୍‌ରୋ କୁଲେବର ଏନଡିଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି । ଯଦି ମୋଦି ଏହି ଭୂମିକା ପାଇଁ ରାଜି ହୁଅନ୍ତି ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ବ୍ୟବସାୟିକ କାରବାରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ ରହିଛି । ଭାରତୀୟ ପ୍ରଡକ୍ଟର ୟୁକ୍ରେନ ହେଉଛି ଏକ ବିଶ୍ୱସନୀୟ ଉପଭୋକ୍ତା । ଆମେ ଭାରତୀୟ ଖାଦ୍ୟ ସୁରକ୍ଷାକୁ ମଧ୍ୟ ଗ୍ୟରେଣ୍ଟି ଦେଇ ଥାଉ । ଆମେ ଭାରତକୁ ସର୍ବଦା ସୂର୍ଯ୍ୟମୁଖୀ ତେଲ ଏବଂ ଅନ୍ୟାନ୍ୟ ଶସ୍ୟ ରପ୍ତାନୀ କରିଥାଉ । ଏହାହିଁ ଭାରତ ଏବଂ ୟୁକ୍ରେନ ମଧ୍ୟରେ ଏକ ଅସାଧାରଣ ବନ୍ଧୁତାକୁ ଦର୍ଶାଏ ବୋଲି ସେ କହିଛନ୍ତି । ସେହିପରି ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟରେ ସେ ଶୋକ ପ୍ରକାଶ କରିଛନ୍ତି । ରୁଷ ଆକ୍ରମଣ ପୂର୍ବରୁ ଭାରତୀୟଙ୍କ ୟୁକ୍ରେନରେ ଏକ ଘର ଥିଲା । ଭାରୀତୀୟମାନେ ପୁଣି ଥରେ ୟୁକ୍ରେନ ଫେରି ଆସନ୍ତୁ ବୋଲି ଆମେ ଚାହୁଁଛୁ । ଗତକାଲି ଇସ୍ତାନବୁଲରେ ୟୁକ୍ରେନ -ରୁଷ ମଧ୍ୟରେ ଆଉ ଏକ ଆଲୋଚନା ହୋଇଥିଲା । ହେଲେ ଏଥିରେ ଉଭୟଙ୍କ ମଧ୍ୟରେ ବିଶେଷ ସହମତି ହୋଇ ପାରି ନଥିବା ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =