ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

0 125

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ୨୫୬ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେବେ ଓ ପ୍ରତିଦିନ ଏକ ଘଣ୍ଟା ହିସାବରେ ୮ ଦିନ ତାଲିମ ଦିଆଯିବ । ପ୍ରତିବର୍ଷ ଏହି ଆତ୍ମ ସୁରକ୍ଷା ତାଲିମ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଅଧ୍ୟାପିକା ସସ୍ମିତା ଦାସ ପରିଚାଳନା କରୁଛନ୍ତି । ଆଜିକାର ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶିବରାମ ସାହୁ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଏଡିପିଓ ତିରୁପତି ରାଓ ପଟ୍ଟନାୟକ ସମ୍ମାନିତ ଅତିଥି ଏଏସଆଇ ସ୍ୱାଗତିକା ବେହେରା ଓ ବିନୟ କୁମାର୍‌ ମହାରଣା ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶିଶିର କୁମାର୍‌ ପଟ୍ଟନୟକ, ଆଇସିଡିଏସ୍‌ ସୁପର ଭାଇଜର କଲ୍ପନା ନାୟକ ଓ କବିତା ଗମାଙ୍ଗ, ଓଡ଼ିଆ ଅଧ୍ୟାପିକା ବବିତା ରାଣି ପଟ୍ଟନାୟକ, ଇସିହାସ ଅଧ୍ୟାପିକା ମିନତି କୁମାରୀ ଦାସ, ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଧାରାଣି ପାତ୍ର ଉପସ୍ଥିତ ରହିଥିଲେ । ପରେ ଅଧକ୍ଷ ଉପସ୍ଥିତ ଅତିଥିଙ୍କୁ ପ୍ରଦୀପ ଜାଳି ଶିବିରକୁ ଉଦଘାଟନ କରିବା ପାଇଁ କହିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟମାନେ ପ୍ରଦୀପ ପ୍ରଜଳନ କରିଥିଲେ । କିପରି ଆତ୍ମ ସୁରକ୍ଷା କରାଯାଇ ପାରିବ ସେହି ବିଷୟରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ରଖିବା ସହିତ ଆଜିକାର ଯୁଗରେ ମୋବାଇଲ ବ୍ୟବହାର ବିଷୟରେ ମଧ୍ୟ ଛାତ୍ରୀମାନଙ୍କୁ ଅବଗତ କରେଇଥିଲେ । ଏହା କିପରି ବ୍ୟବହାର କରିବା ଓ ଅପବ୍ୟବହାର ଦ୍ୱାରା ଆମର ଜୀବନରେ କଣ କ୍ଷତି ହେଉଛି ସେହି ବିଷୟରେ ଆଲୋକପାତ କରିଥିଲେ । ତାଲିମ ଶିବିର ମଧ୍ୟରେ ଦୁଇ ତାଲିମଦାତା ଉଦାହରଣ ଭାବରେ ସୁରକ୍ଷା ଆକ୍ସନ ମଧ୍ୟ ଦେଖିଥିଲେ । ତାଲିମଦାତା ଭାବରେ ମାନସୀ ପ୍ରଧାନ,ଅନିତା ପ୍ରିୟଦର୍ଶିନୀ ନାୟକ,ସୁରୁଚି ପ୍ରଧାନ,ସତିଷ୍ଣା କହଁର ମିଳିତ ଭାବରେ ଆସନ୍ତା ୮ ଦିନ ଏହି ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିବେ । ଆସନ୍ତା ମାସ ୯ ତାରିଖରେ ଏହି ତାଲିମ ଶିବିର ଉଦଯାପନୀ ହେବ ବୋଲି ଅଧ୍ୟକ୍ଷ ଶିବରାମ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − 8 =