ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ

0 82

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡିରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରାଯାଇଛି । ଦୀର୍ଘ ଦିନ ଧରି ଚାଷୀ ମଣ୍ଡିକୁ ଧାନ ଆଣି ୧୫୦୦ ପକେଟରୁ ଉଦ୍ଧ୍ୱର୍ ଧାନ ଗଚ୍ଛିତ କରି ରଖିଥିବା ବେଳେ ମିଲର୍ସଙ୍କ ମନମାନି କରି ଧାନ ବାସ୍ନ ଥିବା କହି ଧାନ ଉଠାଉ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ । କେତେକ ଚାଷୀଙ୍କ ଆଜି ଟୋକେନ୍‌ ଲେପସ ହୋଇଯାଉଥିବା ବେଳେ ଚାଷୀଙ୍କ ଧାନ ଉଠା ଯାଉ ନାହିଁ । ଯାହାଫଳରେ ଉତ୍ତ୍ୟକ୍ତ ହୋଇ ଚାଷୀ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବା ସହ ଧଣ୍ଡାରା ମଣ୍ଡି ସମ୍ମୁଖ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ନବରଙ୍ଗପୁର ସହର ଓ ଖାତିଗୁଡା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦି ଯଥା ଶୀଘ୍ର ମଣ୍ଡିରୁ ଧାନ ନ ଉଠିବ ତେବେ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଯୋଗାଣ ବିଭାଗ ତରଫରୁ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ ଉପସ୍ଥିତ ରହି ଚାଷୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିଥଲେ ସୁଧା କୌଣସି ସୁଫଳ ମିଳି ପାରି ନ ଥିଲା । ଖବର ଲେଖା ହେବା ବେଳକୁ ରାସ୍ତା ଅବରୋଧ ହଟି ନାହିଁ । ସେହି ଭଳି ସରୁଗୁଡା ମଣ୍ଡିରେ ମଧ୍ୟ ଏହି ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମିଲରଙ୍କ ମନମାନି ଓ ଧାନ ବାସ୍ନ ଆଳରେ ମଣ୍ଡିରେ ଧାନ କ୍ରୟ ନ କରିବା ଇତ୍ୟାଦି ଦାବି ନେଇ ଆଜି ମଧ୍ୟ ସରୁଗୁଡା ମଣ୍ଡିରୁ ଧାନ ଉଠା ଯାଉନାହିଁ । ଆଜିର ଏହି ରାସ୍ତା ଅବରୋଧରେ ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝି,ଜିଲା ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ, ଗଣେଶ ଭତ୍ରା, ପପୁନ କୁମାର ବାଘ, ଭାବଗ୍ରାହୀ ବେନ୍ୟା, କୃଷ୍ଣ ଚନ୍ଦ୍ର ଦଳେଇ, ଲକ୍ଷ୍ମୀ ଚନ୍ଦ୍ର ମାଝି,ସରଦ ମୁଦୁଲି, ଉର୍ଦ୍ଧବ ନାୟକ, ପ୍ରଫୁଲ୍ଲ ଚଲାଣ, ଗଣେଶ ଭତ୍ରା, ଖଗୋପତି ମାଝୀ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

11 − nine =