ବୋଲେରୋ ଗାଡି ସହ ୧୦୪ କେଜି ଗଞ୍ଜେଇ ଜବତ

0 245

ହରଭଙ୍ଗା : ହରଭଙ୍ଗା ବ୍ଲକ ନୂଆପଡା ଜଙ୍ଗଲରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି ୭ଟା ରେ ସୂଚନା ଜାରି କରାଯାଇଛି । ବୌଦ୍ଧ ସଦର ଥାନା ଅନ୍ତର୍ଗତ ନୂଆପଡା ଡ୍ୟାମ ନିକଟସ୍ଥ ଜଙ୍ଗଲରୁ ୧୦୪ କେଜି ଗଂଜେଇ ଜବତ କରାଯାଇଛି । ଏହା ସହ ଏକ ଧଳା ରଙ୍ଗର ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି । ମାତ୍ର ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । ଏ ନେଇ ହରଭଂଗା ଅବକାରୀ ଥାନାରେ ଏକ ମାମଲ ରୁଜୁ କରାଯିବା ସହ ତଦନ୍ତ କରାଯାଉଛି । ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ ଦେଇଥିବା ସୂଚନା ଓ ନିର୍ଦ୍ଦେଶ ପ୍ରକାରେ ହରଭଂଗା ଅବକାରୀ ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଚଢାଉରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

8 + 6 =