ହରିଶଙ୍କର ବୈଶାଖ ମେଳାର ମାନବୃଦ୍ଧି ଦାବୀ ନେଇ କୋଶଳ ମୁକ୍ତି ମୋର୍ଚ୍ଚାର ଧାରଣା

0 112

ପାଟଣାଗଡ: ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ ଧାରଣା ଦେଲା କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ ।଼ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ଐତିହାସିକ ବୈଶାଖ ମେଳାର ମାନବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଓ ମେଳାକୁ ରାଜ୍ୟ ସ୍ତରୀୟ ମାନ୍ୟତା ପ୍ରଦାନ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ସ୍ମାରକ ଦାବିପତ୍ର ଗତ ତା ୫.୫ ୨୦୨୨ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେବୋତ୍ତର କମିଶବ, ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ତା ମଇ ୭ ତାରିଖ ସୁଦ୍ଧା ଅନ୍ୟୁନ ଅନୁଦାନ ଏକ କୋଟି ଟଙ୍କା ମଞ୍ଜୁର କରାଯିବା ପାଇଁ ଦାବି କରିଥିଲେ । ଯଦି ଦାବି ପୂରଣ ନହେଲେ ଆସନ୍ତା ୯ ତାରିଖ ରେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଥିଲେ । ଏନେଇ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ କୋଶଳ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ସଦସ୍ୟ ଡ଼ାକି ଆଲୋଚନା କରି ବିଫଳ ହୋଇଥିଲେ । ଆଜି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ହରିଶଙ୍କର ଐତିହାସିକ ବୈଶାଖ ମେଳା ମାନ ବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଓ ମେଳାକୁ ରାଜ୍ୟ ସ୍ତରୀୟ ମାନ୍ୟତା ପ୍ରଦାନ କରିବା ଆଦି ୨ ଦଫା ଦାବିରେ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭୁକହରତାଲ ଆମରଣ ଅନଶନରେ ବସିଛନ୍ତି । କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆବାହକ ଶୁସିଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର କୁମ୍ଭାର, ବନମାଳୀ ନାଏକ, ଅଚ୍ୟୁତସିପୁନ ଖମାରୀ , ଜିତୁ ନାଏକ, ଚନ୍ଦ୍ରକାନ୍ତି ସେଠ, ସନ୍ତୋଷିନୀ ବିଶି, ନିରୁପମା ଧରୁଆ, ମଞ୍ଜୁଲତା ବିଶ୍ୱାଳ, ଯୁଗଳ କିଶୋର ମେହେର, ଗଗନ ମେହେର, ରଞ୍ଜିତ ସାହୁ , ଚନ୍ଦ୍ର ଯାଦବ,କମାଲ ନାଏକ, ରାଜେଶ ବୁଡେକ, ଦୂର୍ଲଭ ବାଗ, ରବିନ୍ଦ୍ର ଥପା , ଶାନ୍ତନୁ ବୁଦ୍ଧିଆ, ଲାଲଚନ ବର୍ଗତ୍ତି, ଜନାର୍ଦ୍ଦନ ସିଂ ପ୍ରମୁଖ ଅନଶନ ଧାରଣ ଦେଇଛନ୍ତି । ରାଜ୍ୟ ସରକାରଙ୍କ ହରିଶଙ୍କର ଐତିହାସିକ ବୈଶାଖ ମେଳା ପ୍ରତି ଚିରାଚରିତ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି ଏବଂ ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଅନୁଦାନ ଦେଇଛନ୍ତି ହେଲେ ହରିଶଙ୍କର ପୀଠ ରୁ ବାର୍ଷିକ ଆୟ ହାରାହାରି ୫୦ରୁ ୬୦ ଲକ୍ଷ ଟଙ୍କା ହେଉଥିବା ବେଳେ ସେହି ଐତିହାସିକ ବୈଶାଖ ମେଳା ପାଇଁ ମାତ୍ର ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି ଯାହାକି ସମୁଦ୍ରକୁ ଶଂଖେ ପାଣି ନୁହେଁ କି ବୋଲି କହିବା ସହ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରିବା ଯାଇଛି ଯଦି ସରକାର ଏଥିପ୍ରତି କିଛି ପଦକ୍ଷେପ ଗ୍ରହଣ ନ କରନ୍ତି ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳକୁ କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 + thirteen =