ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା

0 57

ସମ୍ବଲପୁର: ଛାତ୍ରଛାତ୍ରୀ ମାନଙ୍କ ମେଧା ବୃଦ୍ଧି ପାଇଁ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଗତକାଲି ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଆଜି ଆଉ ପାଂଚଟି ବିଦ୍ୟାଳୟରେ ରାମାନୁଜମ ଗଣିତ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବୁର୍ଲାର ୪ଟି ହାଇସ୍କୁଲ ସମେତ ଫଟାବାହାଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୫୯ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ସ୍ଥିତ ବରିଷ୍ଠ ନାଗରିକ ସମାଜ ପକ୍ଷରୁ ପ୍ରଦୀପ କୁମାର ପଣ୍ଡା, ନିର୍ମଲ କୁମାର ମାଇତି, ଶ୍ରୀଲତା ମିଶ୍ର, ଡଃ ସୁରେନ୍ଦ୍ର କୁମାର ପଣ୍ଡା, ଶମ୍ଭୁ ଭୁଷଣ ସେନ ଓ ପ୍ରଭଂଜନ ସାଏ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ । ଏଭଳି ଆୟୋଜନ ବଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ପ୍ରତି ଆକର୍ଷଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପରୀକ୍ଷା ଖାତା ଗୁଡିକର ମୂଲ୍ୟାଙ୍କନ କରାଯାଉଛି ଓ ଆସନ୍ତା ମେ ମାସରେ ଗ୍ରୀଷ୍ମ ଅବକାଶ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବରିଷ୍ଠ ନାଗରିକ ସମାଜ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

two × 1 =