ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ ହେଲା ସର୍ବବୃହତ୍‌ ଜଗତ ମଙ୍ଗଳ ଜାଗର ଦୀପ

0 111

ପୁରୀ : ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠ ପାର୍ବତିସାଗର ନିକଟରେ ପ୍ରଜ୍ୱଳିତ ହୋଇଛି ଦେଶର ସର୍ବବୃହତ ଏକାଦଶତମ ଜଗତ ମଙ୍ଗଳ ଜାଗର ଦୀପ । ଗୁରୁବାର ସନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କ ଦୀପ ଆସି ଏହି ବୃହତ କାୟ ଦୀପ ପ୍ରଜ୍ୱଳିତ ହୋଇଥିଲା । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର, ଉପ ଜିଲ୍ଲାପାଳ ଭବ ତାରଣ ସାହୁ ପ୍ରମୁଖ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପକୁ ପ୍ରଜ୍ୱଳନ କରିଥିଲେ ।

hiring

୮ଫୁଟ ଲମ୍ବ,୬ଫୁଟ ଓସାର ଏବଂ ଦୁଇ ଫୁଟ ଗଭୀର ବିଶିଷ୍ଟ ଦେଶର ଏହି ସର୍ବ ବୃହତ୍‌ ଦୀପ ୧୯ତାରିଖ ଶନିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ । ତିନି ଦିନ ଧରି ଏହି ଦ୍ୱୀପରେ ପ୍ରାୟ ୪କୁଇଣ୍ଟାଲ ଗୁଆ ଘିଅ ଜଳା ଯିବ । ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପରେ ଏହି ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ପ୍ରାୟ ୧୨ଇଞ୍ଚ ଗୋଲେଇର ସହେଫୁଟ ବଳିତା ଏଥିରେ ଜଳା ଯିବ ।ଜଗତ କଲ୍ୟାଣ ପାଇଁ ଏହି ବୃହତ୍‌ ଜାଗର ଦୀପ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ କରାଯାଉଥିବା ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =