ବିବାହ ପୂର୍ବରୁ ନିଜକୁ ଗୁଳି କଲେ କନେଷ୍ଟବଳ, ଚାଲିଗଲା ଜୀବନ

0 111

ନୟାଗଡ: ନୟାଗଡ ରିଜର୍ଭ ପୋଲିସରେ କର୍ତ୍ତବ୍ୟରତ ପୋଲିସ କନେଷ୍ଟବଳ ମୃତ୍ୟୁ । କନେଷ୍ଟବଳ ହେଉଛନ୍ତି ରିଜର୍ଭ ପୋଲିସ ସୁନୀଲ୍ ସେଠି (୨୩) । ସେ ନିଜ ସରକାରୀ ବନ୍ଧୁକରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତିଙ୍କ ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବେପରୁଆବାରି ଗ୍ରାମ। କୌଣସି କାରଣରୁ ନିଜ ସରକାରୀ ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳିକାଣ୍ଡ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ ।ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିବାବେଳେ ପୋଲିସ ତଦନ୍ତ କରୁଥିବା ନୟାଗଡ଼ ଏସପି କହିଛନ୍ତି। ତାଙ୍କର ଅଳ୍ପ ଦିନ ପରେ ବାହାଘର ହୋଇଥାନ୍ତା, କିନ୍ତୁ ଏହିଭଳି ଚରମ ନିଷ୍ପତ୍ତି କାହିଁକି ନେଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହିଭଳି ଏକ ଦୁଃଖର ଘଟଣା ନୟାଗଡ଼ ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ସେପଟେ ସୁନୀଲ୍ ସେଠି ଯେଉଁ ଝିଅକୁ ବିବାହ କରିଥାନ୍ତେ, ସେହି ଝିଅ ହେଉଛି ସୁନୀଲ୍ ଙ୍କର ବଡ଼ଭାଇର ଶାଳୀ । କିନ୍ତୁ ଏହି ବିଷୟରେ ଘର ଲୋକ ରାଜି ନଥିବା ଚର୍ଚ୍ଚା ହେଉଛି। ତଦନ୍ତ ହେଲେ ଆଗକୁ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

3 × four =