ହ୍ୟୁମାନ ସାଗରଙ୍କୁ ଭେଟିଲେ ପତ୍ନୀ ଶ୍ରେୟା ମିଶ୍ର

0 64

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କୁ ଭେଟିଲେ ପତ୍ନୀ ଶ୍ରେୟା ମିଶ୍ର । ଆଇସିୟୁରେ ପହଞ୍ଚି ହ୍ୟୁମାନଙ୍କୁ ଦେଖା କଲେ । ଏନେଇ ତାଙ୍କ ମାମୁ ଗଗନ ବାଗ୍ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏମ୍‌ସ ନିର୍ଦ୍ଦେଶକ ହ୍ୟୁମାନ ସାଗରଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।

hiring

ଏବେ ବି ଭେଣ୍ଟିଲେଟରରେ ଅଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଭଲ ହୋଇଥିବା ହ୍ୟୁମାନ ସାଗରଙ୍କ ମାମୁ ଗଗନ ବାଗ୍ ସୂଚନା ଦେଇଛନ୍ତି । ସେହିପରି ମ୍ୟୁଜିକ ଡାଇରେକ୍ଟର ଜାପାନୀ ଏମ୍ସ ପହଞ୍ଚି ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ବାବଦରେ ପଚାରି ବୁଝିଛନ୍ତି । ସେପଟେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ହ୍ୟୁମାନ ସାଗରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ହ୍ୟୁମାନ ସାଗରଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇପାରେ ।

hiranchal ad1
Leave A Reply

Your email address will not be published.

2 × 5 =